ଏହି ୨ଯୋଗାସନ ଫିଟ ରଖିଛି ମାଲାଇକାଙ୍କୁ

Straight to the Point

ନୂଆଦିଲ୍ଲୀ: ବଲିଉଡ଼ର ମୁନ୍ନୀ ଯଦିଓ ସିନେ ଜଗତରୁ ବର୍ତ୍ତମାନ ଦୂରରେ ଅଛନ୍ତି, ତଥାପି ତାଙ୍କ ଫିଟ୍‍ସେନ ମନ୍ତ୍ରୀ ସମଗ୍ର ବଲିଉଡ଼ ଜଗତକୁ ଅଚମ୍ବିତ କରିଥାଏ। ସେଥିପାଇଁ କରୀନା କାପୁର ପରି ଅଭିନେତ୍ରୀ ନିଜ ଫିଟ୍‍ସେନ ପରାମର୍ଶ ପାଇଁ ମାଲାଇକାଙ୍କ ଉପରେ ନିର୍ଭର କରିଥାନ୍ତି। ୪୪ବର୍ଷରେ ପଦାର୍ପଣ କରିଥିବା ମାଲାଇକାଙ୍କ ଫିଟ୍‍ସେନ ମନ୍ତ୍ର ମୁଖ୍ୟତଃ ଦୁଇଟି ପ୍ରମୁଖ ଯୋଗାସନ ଉପରେ ନିର୍ଭର କରେ ବେଲି ଶୁଣିବାକୁ ମିଳୁଛି। ନିକଟରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମାଲାଇକା ଏ ସମ୍ପର୍କରେ ଖୁଲାସା କରିଛନ୍ତି।

ମାଲାଇକା ତାଙ୍କ ଆସନ ମଧ୍ୟରେ ପ୍ରଥମ ସ୍ଥାନ ଦେଇଛନ୍ତି ପଦ୍ମାସନକୁ। ଏହି ଆସନ କରୁଥିବା ସମୟରେ ବ୍ୟକ୍ତିର ମନ ଶାନ୍ତ ରହିଥାଏ। ଦ୍ୱିତୀୟରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଜଣେ ବ୍ୟକ୍ତି ଦିନ ତମାମ ସତେଜ ରହିଥାଏ ବୋଲି ମାଲାଇକା ପ୍ରକାଶ କରିଥିଲେ।
ନିକଟରେ ମାଲାଇକା ସବୁଠାରୁ କଠିନ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହି ଆସନକୁ କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ଅନ୍ତର୍ନିହିତ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏହି ଆସନ କରିବା ଦ୍ୱାରା ମାଲାଇକା ୪୪ବର୍ଷ ବୟସରେ ମଧ୍ୟ ଶାରିରୀକ ଭାବରେ କେତେ ସୁସ୍ଥ ତାହା ବେଶ୍‍ ବୁଝି ହୁଏ।

error: Thank You Keep Visiting