ମୂଷାଙ୍କ ଦାଉରୁ ରକ୍ଷା ପାଇବାର ଘରୋଇ ଉପାୟ

Straight to the Point

ଓଡ଼ିଶା ଜର୍ଣ୍ଣଲ : ଘରେ ମୂଷା ପଶିଗଲେ, ଆପଣ ସମସ୍ୟାରେ ପଡ଼ିଥାନ୍ତି । ସମସ୍ତ ଖାଇବା ଜିନିଷ ଏବଂ କପଡାକୁ ମୂଷା କାଟିବାରେ ଲାଗିଥାଏ । ସଫା କରିବା ପରେ ଯଦି ଆପଣଙ୍କ ଘରୁ ମୂଷା ବାହାରକୁ ଯାଉନାହାନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟ କହିବୁ, ଯାହାକୁ ବ୍ୟବହାର କଲେ ଆପଣ ମୂଷାମାନଙ୍କଠାରୁ ରକ୍ଷା ପାଇପାରିବେ ।

ପିଆଜ: ପିଆଜର ଗନ୍ଧକୁ ମୂଷାମାନେ ସହି ପାରନ୍ତି ନାହିଁ । ଯେଉଁ ସ୍ଥାନରେ ପିଆଜ ରହିଥାଏ, ସେଠାରୁ ମୂଷାମାନେ ଦୂରକୁ ·ଲି ଯାଇଥାନ୍ତି । ଏଥିପାଇଁ ଯେଉଁ ସ୍ଥାନରେ ମୂଷା ଅଧିକ ହେଉଛି, ସେଠାରେ ପିଆଜକୁ କାଟି ରଖିଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଦେଖିବେ ମୂଷା ଶୀଘ୍ର ଘରୁ ବାହାରିଯିବେ ।

ତେଜପତ୍ର: ଖାଇବାରେ ସ୍ୱାଦ ବାଉଥିବା ତେଜ ପତ୍ର ମୂଷାମାନଙ୍କ ଶତ୍ରୁ । ଏହାର କଡ଼ା ବାସ୍ନା ମୂଷାମାନଙ୍କୁ ସମସ୍ୟାରେ ପକାଇଥାଏ । ଏଥିପାଇଁ ଆପଣଙ୍କ ଘରର ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି, ସେଠାରେ ତେଜପତ୍ର ରଖି ଦିଅନ୍ତୁ । ମୂଷା ରହିବେ ନାହିଁ ।

ପୋଦିନା: ପୋଦିନା ପତ୍ରର ବାସ୍ନାକୁ ମୂଷାମାନେ ଘୃଣା କରନ୍ତି । ଘରୁ ମୂଷାଙ୍କୁ ବିଦା କରିବା ପାଇଁ ପୋଦିନା ପତ୍ରକୁ ତୁଳାରେ ଗୁଡ଼ାଇ ମୂଷା ଆସୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହା ବ୍ୟତୀତ ଆପଣ ପୋଦିନା ପତ୍ରକୁ ବାଟି ଏହାର ଲେପକୁ ଝରକା ଏବଂ କବାଟରେ ଲଗାଇ ଦିଅନ୍ତୁ । ଏପରି କଲେ ଘରେ ମୂଷା ରହିବେ ନାହିଁ ।

error: Thank You Keep Visiting