ଦିପାବଳୀରେ ଘରେ ଭଙ୍ଗା ଜିନିଷ ରହିବା ଉଚିତ୍ ନୁହେଁ

An Independent Media

ଦୀପାବଳୀ ଆସିବାର ବହୁତ ଦିନ ପୂର୍ବରୁ ଏହାର ପ୍ରସ୍ତୁତି କରାଯାଏ । ସୁଖ-ସମୃଦ୍ଧିର କାମନା କରି ସମସ୍ତେ ଦିପାବଳୀରେ ନିଜ ଘର ସଫା ନିଶ୍ଚୟ କରିଥାନ୍ତି । ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଅନୁସାରେ ଦିପାବଳୀରେ ଘରେ ଭଙ୍ଗା ଜିନିଷ ରହିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ସାମଗ୍ରୀକୁ ଦିପାବଳୀ ପୂର୍ବରୁ ହଟାଇଦେଲେ ଆପଣଙ୍କ ଜୀବନରେ ସୁଖ-ସମୃଦ୍ଧି ବଢିବ ।

ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି: କେବେବି ଭୁଲରେ କୌଣସି ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି କିମ୍ବା ଫଟୋ ପୂଜା କରନ୍ତୁ ନାହିଁ । ଦୁର୍ଭାଗ୍ୟକୁ ଦୂରେଇବା ପାଇଁ ଦିପାବଳୀ ପୂର୍ବରୁ ଏଭଳି ଫଟୋ ଓ ମୂର୍ତ୍ତିକୁ କୌଣସି ପବିତ୍ର ସ୍ଥାନରେ ରଖିଦିଅନ୍ତୁ ।

ଖରାପ ଇଲେକଟ୍ରିକ୍ ସାମଗ୍ରୀ: ଯଦି ଆପଣଙ୍କ ଘରେ କିଛି ଇଲେକଟ୍ରିକ୍ ସାମଗ୍ରୀ ଖରାପ ହୋଇ ପଡିଛି ତେବେ ତାକୁ ତୁରନ୍ତ ସଜାଡିଦିଅନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ । ଏହା ଆଦୌ ଶୁଭ ନୁହେଁ ।

ବନ୍ଦ ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ଆପଣଙ୍କ ପ୍ରଗତିର ପ୍ରତୀକ । କିନ୍ତୁ ବନ୍ଦ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧକ । ଏଥିପାଇଁ ଘରେ ଯଦି ଘଣ୍ଟା ବନ୍ଦ ହୋଇପଡିଛି ତେବେ ତାକୁ ଘରୁ ବାହାର କରିଦିଅନ୍ତୁ ।

ଭଙ୍ଗା କାଚ: ଯଦି ଆପଣଙ୍କ ଘରେ କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଝରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରିଦିଅନ୍ତୁ । ତା ବଦଳରେ ନୂଆ କାଚ ଲଗାଇଦିଅନ୍ତୁ । ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ।

error: Thank You Keep Visiting