ନାଁରେ ଥିବା ଅକ୍ଷରରୁ ଚରିତ୍ର ଓ ସ୍ୱଭାବ ସଂପର୍କରେ ଜାଣନ୍ତୁ

An Independent Media

ଜ୍ୟୋର୍ତିବିଦଙ୍କ କହିବା ଅନୁସାରେ, ଝିଅ ହୁଅନ୍ତୁ ବା ପୁଅ, ନିଜ ନାଁରେ ଥିବା ଅକ୍ଷରରୁ ସେମାନଙ୍କ ଚରିତ୍ର ଓ ସ୍ୱଭାବ ସମ୍ପର୍କରେ ସୂଚନା ମିଳିଥାଏ । ତେବେ ଆପଣ ନିଜ ପ୍ରେମିକାଙ୍କ ସ୍ୱଭାବ ଜାଣିବାକୁ ଚାହୁଁଥିଲେ, ଜ୍ୟୋତିଷ ଶାସ୍ତ୍ରରେ ଥିବା ଏହି ପରାମର୍ଶକୁ ଅନୁସରଣ କରନ୍ତୁ । ଆସନ୍ତୁ ଜାଣିବା ଏପରି କିଛି ନାଁ ଯାହାର ଆରମ୍ଭରୁ ଏହି ୪ଟି ଇଂରାଜୀ ଅକ୍ଷର ଥିବା ଝିଅଙ୍କ ସ୍ୱଭାବ ସଂପର୍କରେ କ’ଣ ଦର୍ଶାଇଥାଏ । ଯେଉଁ ଝିଅଙ୍କ ନାଁର ପ୍ରଥମ ଅକ୍ଷର B ଥିବ, ଏମାନଙ୍କ ସ୍ୱଭାବ ହେଉଛି ଖୋଲା ହୃଦୟର । ନିଜ ରାଗ ଅନ୍ୟ ଜଣଙ୍କ ଉପରେ ଶୁଝାଇବାକୁ ପସନ୍ଦ କରନ୍ତି । ନିଜ ରାଗ ଉପରେ ଏମାନଙ୍କର କେବେହେଲେ ନିୟନ୍ତ୍ରଣ ନଥାଏ । ଯେଉଁ ଝିଅଙ୍କ ନାଁ H ରୁ ଆରମ୍ଭ ହୋଇଥାଏ, ରାଗ ସବୁବେଳେ ସେମାନଙ୍କ ନାକ ଆଗରେ ରହିଥାଏ । ଏମାନେ ଟିକିଏ ଟିକିଏ କଥାରେ ରାଗି ଯାଇଥାନ୍ତି ।

ଏମାନେ ଯେତିକି ରାଗି, ସେତିକି ଭଲ ସ୍ୱଭାବର ମଧ୍ୟ ହୋଇଥା’ନ୍ତି । ଆଉ ପ୍ରେମ ମାମଲାରେ ତ ଏମାନେ କାହାଠାରୁ କୌଣସି ଗୁଣରେ ବି କମ୍ ନୁହନ୍ତି । ଯେଉଁ ଝିଅଙ୍କ ନାଁର ପ୍ରଥମ ଅକ୍ଷର L ହୋଇଥିବା ସେମାନଙ୍କର ନିଜ ରାଗ ଉପରେ ଆଦୌ ନିୟନ୍ତ୍ରଣ ନଥାଏ । ଏମାନେ ରାଗିଲେ, ନିଜର କ୍ଷତି କରିବାକୁ ପଛାନ୍ତି ନାହିଁ । ଏମାନେ ଯେତେ ଶୀଘ୍ର ରାଗି ଥା’ନ୍ତି, ସେତେ ଶୀଘ୍ର ମଧ୍ୟ ଶାନ୍ତ ହୋଇଯା’ନ୍ତି । ଯେଉଁ ଝିଅଙ୍କ ନାଁର ପ୍ରଥମ ଅକ୍ଷର P ଥିବ, ସେମାନେ ସାଧାରଣତଃ ଅନ୍ୟର ଯତ୍ନ ଅଧିକ ନିଅନ୍ତି । ମନ ଭିତରେ କୌଣସି କଥା ଲୁଚାଇ ରଖନ୍ତି ନାହିଁ । କିନ୍ତୁ କୌଣସି ଭୁଲ୍ ଦେଖିଲେ, ଏମାନେ ଶୀଘ୍ର ରାଗି ଯା’ନ୍ତି ।

error: Thank You Keep Visiting