ଷୋହଳ ନୁହେଁ ଅଠରରେ ଯୌନ ସଂପର୍କର ସ୍ୱାଧିନତା

An Independent Media

ଦିଲ୍ଲୀ ଗଣବଳାକିାର ମାମଲା ପରଠାରୁ ମହିଳା ସୁରକ୍ଷା ନେଇ ବିଭିନ୍ନ ପ୍ରକାର ତର୍କବିତର୍କ ଲାଗିରହିଛି । ଏନେଇ ସରକାର ଯେଉଁ ଆଇନ ଆଣିବାକୁ ଯାଉଛନ୍ତି, ତାହା ଏବେ ଚର୍ଚ୍ଚାରେ । ଏହାକୁ କ୍ୟାବିନେଟ୍‌ ମଧ୍ୟ ମୋହର ଲଗାଇଛି । ସର୍ବଦଳୀୟ ବୈଠକ ଓ ସଂସଦରେ ବିଲ୍‌ ପାସ୍‌ ହେଲେ ଏହା ଆଇନରେ ପରିଣତ ହେବ । ସଂସଦରେ ବିଲ୍‌ ପାସ୍‌ ହେଲେ ଏହା ଆଇନରେ ପରିଣତ ହେବ । କି;ୁ ଏଥିରେ ଥିବା କେତୋଟି ବିଷୟ ଅତ୍ୟାନ୍ତ ବିବଦମାନ । ବିଶେଷକରି ସହମିତିରେ ଯୌନସମ୍ପର୍କ ସ୍ଥାପନର ସମୟସୀମାକୁ ୧୮ରୁ କମାଇ କମାଇ ୧୬ କରିବାର ପ୍ରସ୍ତାବ ।

ଏଭଳି ବୟସ ହ୍ରାସଦ୍ୱାରା ପ୍ରକୃତରେ କି ଲାଭ ମିଳିବ, ତାହା ଆମ ବିଧି ନିର୍ମାତାମାନଙ୍କୁ ହିଁ ଜଣା । ଏହାଦ୍ୱାରା ସମାଜ ଓ ସରକାରଙ୍କ କି ଲାଭ ହେବ ? ଯେତେବେଳେ ବିବାହ କରିବା, ଭୋଟ ଦବା ଓ ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ଇତ୍ୟାଦିର ବୟସ ସୀମା ୧୮ ରହିଛି, ତେବେ ସହମତିରେ ଯୌନସମ୍ପର୍କର ବୟସକୁ ୧୬ କରିବାର ଉଦ୍ଦେଶ୍ୟ କଣ ? ହିଁ, ଏହା ସ୍ୱୀକାର କରାଯାଇପାରେ ଯେ ଆଜିକାଲି ପାରିବେଶିକ ପ୍ରଭାବରୁ କିଶୋରକିଶୋରୀଙ୍କ ଶାରୀରିକ ବିକାଶ ପୂର୍ବାପେକ୍ଷା ବଦଳିଛି ଓ ସେମାନେ ଆଧୁନିକ ଯୋଗାଯୋଗ ମାଧ୍ୟରେ ଦ୍ୱାରା ଅଧିକ ଜ୍ଞାନ ଆହରଣ କରୁଛନ୍ତି । ସେମାନଙ୍କର ବିଜ୍ଞାସୀ ବଢ଼ିଛି । କି;ୁ ଯୌନସମ୍ପର୍କ ସ୍ଥାପନ ପାଇଁ ସେମାନଙ୍କୁ ନାବାଳକ ବୟସରେ ହିଁ ସ୍ୱାଧୀନତା ଦେବା କେତେ ଠିକ୍‌ / ବିବାହ ବୟସର ପୂର୍ବ ଦୁଇବର୍ଷରେ ସେମାନଙ୍କୁ ମୁକ୍ତ ଯୌନସମ୍ପର୍କ ସ୍ଥାପନ କରିବା ପାଇଁ ଆଇନଗତ ଅନୁମତି ଦେବା ଭାରତୀୟ ସମାଜ ପାଇଁ କେତେ ଯୁକ୍ତିସଂଗତ ? ଏବେ ବି ଆମ ସମାଜ ଓ ଶିକ୍ଷା ପଦ୍ଧତିରେ ଯୌନ ସମ୍ବନ୍ଧୀୟ କୌଣସି ବିଷୟକୁ ମୁକ୍ତଭାବେ ଆଲୋଚନା କରିବାର ଅବସର ସୃଷ୍ଟି ହୋଇନାହିଁ ।

ସେପରିସ୍ଥଳେ ଅପରିପକ୍ୱ କିଶୋରକିଶୋରୀଙ୍କ ପାଇଁ ଏଭଳି ସ୍ୱାଧୀନତା ପ୍ରଦାନ ସେମାନଙ୍କ ସ୍ୱାଭାବିକ ବିକାଶରେ ବାଧା ଦେବନାହିଁ କି ? ଏହା ସେମାନଙ୍କ ଭବିଷ୍ୟତ ଜୀବନକୁ ମଧ୍ୟ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ଅତଏବ ଏ ସମ୍ପର୍କରେ ନୀତିନିର୍ଦ୍ଧାରକମାନେ ଅତି ଯତ୍ନର ସହ ଚିନ୍ତନମନନ କରିବାର ଆବଶ୍ୟକତା ରହିଛି । କ୍ଷମତାସୀନ ଦଳ ବିରୋଧୀଙ୍କ ସହ ଏକାଠି ମିଶି ବାସ୍ତବତାକୁ ବୁଝି ଉଚିତ ନିଷ୍ପତ୍ତି ନେବା ଦରକାର । ଏହାଦ୍ୱାରା ଯେ କିଶୋର କିଶୋରୀମାନଙ୍କ ମାନସିକତା ନିମ୍ନଗାମୀ ହେବି, ଏହା ସ୍ୱୀକାର କରିବାକୁ ପଡିବ । ବିବହା ପୂର୍ବରୁ ଯୌନସଂପର୍କ ରଖିବା ଏକ କୁତ୍ସିତ ତଥା ରୂପତ ପରଂପରା ବୋଲି ସମସ୍ତ ଭାରତୀୟମାନଙ୍କ ମନରେ ଯେଉଁ ଧାରଣା ଥିଲା ଏ ଆଇନ ଦ୍ୱାରା ଯେ ସେ ଧାରଣା ପ୍ରମାଣିତ ହୋଇ ପାରିବ । ଏହାସତ୍ୟ ।

ଦେଶରେ ଯୌନ ଅପରାଧ ବୃଦ୍ଧିପାଇବ କିଶୋର-କିଶୋରୀ ମାନଙ୍କର ଭବିଷ୍ୟତ ଯେ ଏଥିରେ ପ୍ରଭାବିତ ହେବ ଏହା ସହଜରେ ଅନୁମେୟ । ଏଣୁ ଷୋହଳ ବୟସରେ ମୁକ୍ତ ଯୌନସଂପର୍କକୁ ଆଇନଗତ ଅନୁମତି ଦେବା ଅନୁଚିତ ବୋଲି ବିରୋଧିମାନେ ଯୁକ୍ତି ବାଢ଼ିଥିଲେ ।ଦିଲ୍ଲୀ ଛାତ୍ରୀ ଗଣବଳାକିାର ଘଟଣା ପରେ ପ୍ରସ୍ତୁତ ଫୌଜଦାରୀ ଆଇନ (ସଂଶୋଧନ) ୨୦୧୩ରେ ଦେଶଷର ବଳାକିାର ଘଟଣାକୁ ରେକିବା ଓ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ସବୁଠୁ ବିବାଦସ୍ପଦ ସହମତି ଭିତ୍ତିକ ସହବାସ (ଯୌନସଂର୍ପକ) ନେଇ ବୟସସୀମା ପ୍ରସ୍ତାବିତ ବିଲ୍‌ରେ ୧୬ ବର୍ଷକୁ ହ୍ରାସ କରାଯାଇଥିଲା । ମାତ୍ର ଏନେଇ ସର୍ବଦଳୀୟ ବୈଠକରେ ତୀବ୍ର ଆପତ୍ତି ଉଠିବା ପରେ ବାଧ୍ୟ ହୋଇ ଆଗରୁ ପ୍ରଚଳିତ ୧୮ ର୍ବେକୁ ସରକାର କାଏମ ରଖିଛନ୍ତି ।

error: Thank You Keep Visiting