ଶୀତଦିନେ କେଶ ଜନିତ ସମସ୍ୟାରୁ ରକ୍ଷା ପାଇବାର ଉପାୟ

An Independent Media

ଶୀତ ଦିନର ଆଗମନ ହୋଇସାରିଛି । ଏହିଦିନରେ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ, କାରଣ ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ଶୀତଦିନେ ରୂପି ଜନିତ ସମସ୍ୟାରୁ କିପରି ରକ୍ଷା ପାଇବା ।

  • ଶୀତଦିନରେ ଯେତେ ସମ୍ଭବ କେଶକୁ ଘୋଡାଇ ରଖନ୍ତୁ । ନଚେତ କେଶ ଶୁଷ୍କ ହୋଇଯାଇଥାଏ ।
  • ଶୀତଦିନରେ କେଶକୁ ଛୋଟ କରିବା ଉଚିତ, କାରଣ ଏହାଦ୍ୱାରା କେଶ ଝଡିବା ଏବଂ ରୂପି ଜନିତ ସମସ୍ୟାର ଆଶଙ୍କା କମିଯାଏ । କେଶ ଫାଟିବା ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
  • କେଶରେ ସ୍ୟାମ୍ପୁ ବ୍ୟବହାର କରିବା ପରେ କଣ୍ଡିସନର ବ୍ୟବହାର କରିବା ଉଚିତ । ଏହା ଆପଣଙ୍କ କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ । ଏହାଦ୍ୱାରା କେଶ ଭଲ ରହିଥାଏ ।
  • ଶୀତଦିନେ ପ୍ରତିଦିନ କେଶକୁ ଧୁଅନ୍ତୁ ନାହିଁ । ପ୍ରତିଦିନ କେଶ ଧୋଇବା ଦ୍ୱାରା ମୂଳରେ ଥିବା ପ୍ରାକୃତିକ ତେଲ ଶୁଖି ଯାଇଥାଏ । ଏହାସହ କେଶ ଅଧିକ ଉପୁଡିଯାଏ ।
  • ସପ୍ତାହରେ ଗୋଟିଏ ଦିନ ଗରମ ନଡିଆ ତେଲ କିମ୍ବା ବାଦାମ ତେଲ କେଶ ମୂଳରେ ମାଲିସ କରନ୍ତୁ । ଏହାଦ୍ୱାରା ରକ୍ତ ସଞ୍ଚାରଣ ସଠିକ ଭାବରେ ହେବାସହ କେଶର ରୁକ୍ଷତା ମଧ୍ୟ ଦୂର ହୋଇଥାଏ ।
error: Thank You Keep Visiting