ଓଃ ରୂପି, ଆପଣାନ୍ତୁ ଏହି ଉପାୟ ଆଉ ପାଆନ୍ତୁ ରୂପିରୁ ମୁକ୍ତି

Straight to the Point

କେଶର ବିଭିନ୍ନ ସମସ୍ୟା ମଧ୍ୟରୁ ରୂପି ସମସ୍ୟା ହେଉଛି ଅନ୍ୟତମ । ଏହା ହେଲେ କେଶର ହାଲ୍ ବେହାଲ ହୋଇପଡ଼େ । ମୁଣ୍ଡର ଶୁଷ୍କ ତ୍ୱଚା ଝଡ଼ି କେଶକୁ ଅସୁନ୍ଦର କରିପକାଏ । ଏଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇଁର୍ ଯୁବପିଢିମାନେ କେତେ କ’ଣ ଉପାୟ ଅବଲମ୍ବନ କରିଥାନ୍ତି । ଆପଣ ଯଦି ଏଭଳି ସମସ୍ୟାରେ ହାଲିଆ ହୋଇ ପଡ଼ିଛନ୍ତି ତାହାଲେ ଆମେ ବତାଉଛୁ ଏହାର କିଛି ସହଜ ଉପାୟ, ଯାହାକୁ ଆପଣ ଆପଣାଇ ହୋଇପାରିବେ ରୂପି ମୁକ୍ତ ।
»ରାତିରେ ଶୋଇବା ପୂର୍ବରୁ କେଶରେ ଅଲିଭ୍ ଅୟେଲ ମାସେଜ୍ କରିନିଅନ୍ତୁ, ଏହାଦ୍ୱାରା ରୂପି ସମସ୍ୟାରୁ ମୁକ୍ତି ମିଳିବ ।
»ଶୀତ ଆସିଗଲାଣି । ଏହି ଦିନେ ଅନେକ ଲୋକଙ୍କର ରୂପୀ ସମସ୍ୟା ଅଧିକ ଦେଖିବାକୁ ମିଳେ । ତେଣୁ ଏହିଦିନେ ସେହି ଶାମ୍ପୁ ବ୍ୟବହାର କରନ୍ତୁ, ଯେଉଁର୍ ଶାମ୍ପୁରେକି ପାଞ୍ଚ ପ୍ରତିଶତ ଟି ଟ୍ରି ଅୟେଲ ମିଶି କରି ରହିଥିବ, ଏହା ରୂପି ହେବାରୁ ରୋକିଥାଏ । ଆପଣ ଚାହିଁଲେ ଏହିି ତେଲକୁ ନିଜର ଶାମ୍ପୁରେ ମିଶାଇ ଲଗାଇପାରିବେ ।
»ତେବେ ଗାଧୋଇବା ପୂର୍ବରୁ ମୁଣ୍ଡରେ ଭଲ କରିି ନଡ଼ିଆ ତେଲ ମାଲିସ କରି କିଛି ସମୟ ରହି କେଶକୁ ଭଲ ଭାବେ ଧୋଇ ଦେଲେ କେଶର ଚମକ ରହିବା ସହିତ ଏହା ସୁଗନ୍ଧଯୁକ୍ତ ହୋଇଥାଏ । ଏହା ସହିତବି ରୂପୀ ବାହାରିଯାଏ ।
»ଏକ କପ୍ ପାଣିରେ ତିନି ଚାରି ବୁନ୍ଦା ଲେମ୍ବୁ ରସ ମିଶାଇ କେଶକୁ ଭଲ ଭାବେ ମାସେଜ୍ କରନ୍ତୁ । ସେପର୍ଯ୍ୟନ୍ତ ମାସେଜ୍ କରନ୍ତୁ ଯେ ଯାଏଁ ରୂପି କମିବା ବନ୍ଦ ନହୋଇଛି । ଏଭଳି କରିବା ଦ୍ୱାରା ଆଉ ଥରେ ରୂପି ହୁଏନି ।
» ଶାମ୍ପୁ କରିବା ପୂର୍ବରୁ ଏଲୋଭେରା ଯଦି ମାସେଜ୍ କରିବେ, କୁଣ୍ଢେଇ ହେବାରୁ ମୁକ୍ତି ମିଳିବ ଓ ରୂପିବି ଦୂର ହୋଇଯିବ ।

error: Thank You Keep Visiting