ଏହି ସଙ୍କେତ ଦେଖାଦେଲେ ଜାଣିବେ ଆପଣଙ୍କ କିଡନୀ ଖରାପ ହେବାକୁ ଯାଉଛି

Straight to the Point

ବୃକକ(କିଡନୀ) ଆମ ଶରୀରର ମୂଖ୍ୟ ଅଙ୍ଗ ଅଟେ ଯାହା ରକ୍ତକୁ ସଫା କରିବାସହ ଶରୀରର ସବୁ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ସାଧାରଣତଃ ଶରୀରରେ ଦୁଇଟି କିଡନୀ ରହିଥାଏ। ଯେଉଁଥିରୁ ଗୋଟିଏ କାମକରିବା ବନ୍ଦ କରିଦେଲେ ମଧ୍ୟ ଅନ୍ୟ କିଡନୀ ସାହାର୍ଯ୍ୟରେ ମଣିଷ ବଞ୍ଚିରହିପାରିବ। କିନ୍ତୁ ଗୋଟେ କିଡନୀ ଦ୍ୱାରା ବଞ୍ଚିରହିବା ଟିକେ କଷ୍ଟହେବ। ଯଦି କିଡନୀ ଖରାପ ହେବା ଆରମ୍ଭ ହେବା ମାତ୍ରେ ଜଣାପଡିଯାଏ ତେବେ ସେହି ସମୟେରେ ଚିକିତ୍ସା କରି ଏଥିରୁ ମୁକ୍ତି ପାଇବା ସହଜ ହେବ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଲକ୍ଷଣ କହିବୁ ଯାହାଦ୍ୱାରା ଆପଣ ବହୁପୂର୍ବରୁ ରୋଗକୁ ଜାଣି ଏହାର ଚିକିତ୍ସା କରିପାରିବେ।

ଯଦି ଆପଣଙ୍କ ପେଟର ବାମ ପାଖ କିମ୍ବା ଡାହାଣ ପାଖ ଜୋରରେ କାଟୁଥାଏ ତେବେ ଏହାକୁ ହାଲକାରେ ନିଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ବୃକକରେ କିଛି ସମସ୍ୟା ହେତୁୁ ହୋଇଥାଇପାରେ। ତେଣୁ ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

କିଡନୀ ଖରାପ ହେବା ମାତ୍ରେ ଶରୀରରେ ହାନିକାରକ ପଦାର୍ଥମାନ ଜମାହେବାରେ ଲାଗିଯାଏ। ଯେଉଁ କାରଣରୁ ହାତ ଏବଂ ଗୋଡ ଦରଜ ହୋଇଥାଏ। ପରିଶ୍ରାକଲେ ଏହାର ରଙ୍ଗ ଗାଢ ହେବାସହ ରଙ୍ଗରେ ପରିବର୍ତ୍ତନ ଦେଖାଯାଇଥାଏ।

ଆପଣଙ୍କ ପରିଶ୍ରାରେ ରକ୍ତ ପଡିଲେ ଏହାକୁ ହାଲକାରେ ନନେଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁୁ। ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ।

ଯଦି ଆପଣଙ୍କୁ ହଠାତ ବାରମ୍ବାର ପରିଶ୍ରା ଲାଗେ ତେବେ ଏହା କିଡନୀ ଜନିତ ରୋଗର ଲକ୍ଷଣ ଅଟେ, ଏଥିପାଇଁ ଆରମ୍ଭରୁ ଜାଣିବାକୁ ଚେଷ୍ଟା କରନ୍ତୁ। ପରିଶ୍ରା ନ ଲାଗିବା ମଧ୍ୟ କିଡନୀ ରୋଗର ଲକ୍ଷଣ।
ଯଦି ଆପଣଙ୍କୁ ପରିଶ୍ରା ଲଗୁଥଥାଏ ମାତ୍ର ପରିଶ୍ରା କରିବାକୁଗଲେ ହୋଇନଥାଏ , କିଡନୀ ଜନିତ ସମସ୍ୟାରୁ ଏହିଭଳି ହୋଇଥାଇପାରେ ତେଣୁ ବିଳମ୍ବ ନକରୀ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଛୋଟ ଛୋଟ କାମକରିବା ଦ୍ୱାରା ଦୂର୍ବଳ ଲାଗିବା। ଥକି ପଡିବା ଇତ୍ୟାଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।

error: Thank You Keep Visiting