ଆସନ୍ତୁ ଜାଣିବା ଗଜା ଖାଦ୍ୟ ଆମ ପାଇଁ କେତେ ଉପକାରୀ

Straight to the Point

ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ଆପଣଙ୍କୁ ସାମାନ୍ୟ ପରିଶ୍ରମରେ କ୍ଳାନ୍ତି ଲାଗିପାରେ । ଏପରି କ୍ଷେତ୍ରରେ ଆମେ ମେଡିସିନ୍ ଆକାରରେ ପ୍ରୋଟିନ୍ ଗ୍ରହଣ କରିଥାଉ । କିନ୍ତୁ ଏହାର କୁପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କଲେ ଆମେ ସୁସ୍ଥ ରହିବା । ତେଣୁ ଆସନ୍ତୁ ଜାଣିବା ଗଜା ଖାଦ୍ୟ ଆମ ପାଇଁ କେତେ ଉପକାରୀ?
ଗଜା ଜାତୀୟ ଖାଦ୍ୟ ଯେପରିକି ଗଜା ବୁଟ,ଗଜା ମୁଗ ଇତ୍ୟାଦି ଖାଇବା ଦ୍ୱାରା ଶରୀରରେ କେବେ କ୍ଳାନ୍ତି ଲାଗେ ନାହିଁ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଓ ପୋଷକ ତତ୍ତ୍ୱ ଭରିରହିଛି । ଶସ୍ୟ ଜାତୀୟ ଖାଦ୍ୟ ଯେତେବେଳେ ପାଣିରେ ଭିଜିଯାଏ ସେତେବେଳେ ଏହାର ଫ୍ୟାଟ୍ ଅଂଶ ନଷ୍ଟ ହୋଇଯାଏ । କିଛି ବି ଶସ୍ୟକୁ ଯେତେବେଳେ ଆମେ ପାଣିରେ ଭିଜାଇ ଅଙ୍କୁରିତ କରିଥାଉ ସେତେବେଳେ ଏଥିରେ ମିନେରାଲ୍, ପ୍ରୋଟିନ୍, ଭିଟାମିନ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଭଲ ଭାବେ ମିଶିଯାଏ ।

ଗଜା ଜାତୀୟ ଖାଦ୍ୟରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଉପଲବ୍ଧ ଥାଏ । ଆଣ୍ଟି ଅକ୍ସିଡାଣ୍ଟ ଶାରୀରିକ ପ୍ରକ୍ରିୟାକୁ ସ୍ୱାଭାବିକ ଢଙ୍ଗରେ ପରିଚାଳିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।ଅଧିକାଂଶ ସମୟରେ ଆମେ ସୁସ୍ଥ ରହିବା ପାଇଁ ବହୁ ଦାମ୍ରେ ଔଷଧ କିଣି ଖାଇଥାଉ । କିନ୍ତୁ ଏହା ପରିବର୍ତ୍ତେ ଆମ ପାଖରେ ଉପଲବ୍ଧ ଦେଶୀ ଓ ପ୍ରାକୃତିକ ଖାଦ୍ୟ ପଦାର୍ଥର ଉପାଦେୟତା ବିଷୟରେ ଭୁଲିଯାଉ । ଯେତେବେଳେ ସୁସ୍ଥ ରହିବା ପାଇଁ ଗଜା ଜାତୀୟ ଖାଦ୍ୟ ସବୁଠୁ ଅଧିକ ଉପଯୋଗୀ ଓ ଏହା କମ୍ ମୂଲ୍ୟରେ ଉପଲବ୍ଧ ହୋଇଥାଏ ସେତେବେଳେ ଏହାକୁ ଆମେ ଅଣଦେଖା କରି ବଡ ଭୁଲ୍ କରିଥାଉ ।
ଚଣା, ମୁଗ, ରାଜମା, ମଟର ଇତ୍ୟାଦିକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ବିଭିନ୍ନ ପନି ପରିବା ସହ ମିଶାଇ ରାନ୍ଧି ପାରିବେ କିମ୍ବା ଗଜା କରି ଖାଇ ପାରିବେ । ଗଜା ହେବା ଦ୍ୱାରା ଏହି ସବୁ ସାଧାରଣ ଶସ୍ୟ ସୁପର ଫୁଡ୍ରେ ପରିଣତ ହୋଇଯାଏ । ଏଥିରେ ପ୍ରୋଟିନ୍,ଫାଇବର୍ ଓ ଭିଟାମିନର ମାତ୍ରା ଦ୍ୱିଗୁଣିତ ହୋଇଯାଏ ।

ଆପଣ ଦୀର୍ଘ ଓ ନିରାମୟ ଜୀବନ ବିତାଇବାକୁ ଚାହୁଁଥିଲେ ଏହି ଗଜା ଜାତୀୟ ଖାଦ୍ୟ ଉପରେ ଭରସା କରନ୍ତୁ । ଏହା ଆମକୁ ବିଭିନ୍ନ ପ୍ରକାରର ରୋଗ ବେମାରୀ ଓ ଜୀବନଶୈ÷ଳୀ ସମ୍ବନ୍ଧିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

error: Thank You Keep Visiting