ବୁଲିଯାଆନ୍ତୁ ଉତ୍ତରାଖଣ୍ଡର ଚକରାତା

Straight to the Point

ଭାରାକ୍ରାନ୍ତ ମନକୁ ଟିକେ ହାଲୁକା କରିବା ପାଇଁ ମନ ଚାହେଁ କେଉଁଆଡ଼େ ଟିକେ ବୁଲି ଆସିବାକୁ । ଖାସ୍ ଏଥିପାଇଁ ଶୀତଋତୁ ହେଉଛି ପ୍ରକୃଷ୍ଟ ସମୟ । କିଛିଦିନ ପରେ ଆସିଯିବ ଶୀତଋତୁ । କିଏ କେତେ ପ୍ଲାନ କରିବେ କେଉଁ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ । ଆପଣ ଯଦି ଚାହୁଁଥାନ୍ତି କିଛି ସମୟ ଛୁଟିକାଟିବାକୁ ତେବେ ବୁଲିଯାଆନ୍ତୁ ଉତ୍ତରାଖଣ୍ଡ । ସବୁବେଳେ ପର୍ଯ୍ୟଟକମାନଙ୍କୁ ଅସରନ୍ତି ଆନନ୍ଦ ଦେଇଥାଏ ଉତ୍ତରାଖଣ୍ଡ । ଏଠାରେ ବହୁତ ସୁନ୍ଦର ସ୍ଥାନ ରହିଛି । କେଉଁଠି ଆକାଶକୁ ପାହାଡ଼ ସ୍ପର୍ଶ କଲାପରି ଦିଶୁଛି ତ ଆଉ କେଉଁଠି ସବୁଜ ଘଞ୍ଚ ଜଙ୍ଗଲ । କେଉଁଠି ପାହାଡ଼ରୁ ଝରଣା ଝରୁଥିବାର ଦେଖିବାକୁ ପାଇବେ । ସ୍ଥଳଭାଗରୁ ୨୧୧୮ ମିଟର ଉଚ୍ଚତାରେ ରହିଛି ଚକରାତା ନାମକ ଏକ ସ୍ଥାନ ରହିଛି । ଏହି ସହରର ଆଖପାଖ ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଆସନ୍ତୁ ଜାଣିବା ଏହିସବୁ ସ୍ଥାନ ବିଷୟରେ…

  • କାନାସର
    ସହର ଠାରୁ ୨୬ କିମି ଦୂର କାନାସର ହନିମୁନ୍ ପାଇଁ ଖୁବ୍ ସୁନ୍ଦର ଜାଗା । ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ ସବୁଜ ଘଞ୍ଚ ଜଙ୍ଗଲ । କାନାସରରେ ଏସିଆ ମହାଦେଶର ସବୁଠାରୁ ପୁରାତନ ଏବଂ ବଡବଡ଼଼ ଦେବଦାରୁ ଗଛ ଦେଖିବାକୁ ମିଳେ । ଯେଉଁଥିପାଇଁ ଏହି ସ୍ଥାନର ଏକ ସ୍ୱତନ୍ତ୍ରତା ରହିଛି ।
    Related image
  • ଲାଖାମଣ୍ଡଳ
    ଲାଖାମଣ୍ଡଳରେ ଏକ ସୁନ୍ଦର ଶିବ ମନ୍ଦିର ରହିଛି । ଭଗବାନ ଶିବଙ୍କ ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି । ଏହି ମନ୍ଦିରରେ ଗ୍ରାଫାଇଟ୍ରେ ନିର୍ମାଣ କରାଯାଇଛି ଭଗବାନ ଶିବଙ୍କ ମୂର୍ତ୍ତିି । ଏହାର ଏକ କିମ୍ବଦନ୍ତି ମଧ୍ୟ ରହିଛି । ମହାଭାରତରେ ଲକ୍ଷାଗୃହ ଏବଂ ଲାଖାମଣ୍ଡଳ ସମ୍ପର୍କରେ ବର୍ଣ୍ଣିତ ଅଛି । ଯେଉଁଠି ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ।
  • ମୁଣ୍ଡାଳି
    ଶାନ୍ତିରେ କିଛି ସମୟ ବସିବାକୁ ଚାହିଁଲେ ମୁଣ୍ଡାଳିକୁ ବାଛନ୍ତୁ । ଚକରାତା ସହରଠାରୁ ପ୍ରାୟ ୩୬ କିମି ଦୂର ଏହି ସ୍ଥାନରୁ ଆପଣ ହିମାଳୟକୁ ସହଜରେ ଦେଖିପାରିବେ । ଏହା ବ୍ୟତୀତ ମୁଣ୍ଡାଳିରେ ସ୍କିଇଂର ମଜା ମଧ୍ୟ ଉଠାଇପାରିବେ ।
  • ରକ୍ କ୍ଲାଇମ୍ବିଂ
    ଅଭିଜ୍ଞତା ସାଉଁଟିବାକୁ ଚାହିଁବେ ତ ଆପଣ ଚକରାତାରେ ପାହାଡ଼ ଚଢ଼ିବା ମଜା ନେଇପାରିବେ । ଏଠାରେ ଆପଣଙ୍କୁ ସହାୟତା କରିବା ପାଇଁ ତାଲିମଦାତା ମଧ୍ୟ ରହିଛନ୍ତି ।
  • ୱାଟର ରେପ୍ଲିଙ୍ଗ୍
    ଚକରାତାରେ ଏମିତି ଏକ ଜାଗା ରହିଛି ଯେଉଁଠି ଆପଣ ୱାଟର ରେପଲିଙ୍ଗ୍ କରିପାରିବେ । ପାହାଡ଼ରୁ ସୃଷ୍ଟି ହୋଇଥିବା ଝରଣା ପାଣିରେ ମନଭରି ମଜା ଉଠାଇପାରିବେ ।
  • ବୁଦ୍ଧ ଗୁମ୍ଫା ଏକ୍ସପ୍ଲୋର
    ଚକରାତା ଠାରୁ ପ୍ରାୟ ୩୦ କିମି ଦୂର ବୁଦ୍ଧ ଗୁମ୍ଫା । ଯେଉଁ ଗୁମ୍ଫାକୁ ପାଣ୍ଡବମାନେ ତିଆରି କରିଥିଲେ । ଏହି ଗୁମ୍ଫାର ସୌନ୍ଦର୍ଯ୍ୟ ଖୁବ୍ ମନଲୋଭା ।
  • ଦେବବନ ବର୍ଡ ୱାଚିଂ
    ଦେବବନ ବହୁତ ସୁନ୍ଦର ଜାଗା । ଯାହାର ପ୍ରାକୃତିକ ଶୋଭାରାଜି ଥରେ ଦେଖିଲେ ମନରୁ ଭୁଲି ହେବ ନାହିଁ । ଚକରାତାଠାରୁ ପ୍ରାୟ ୧୩ କିମି ଦୂରରେ ରହିଛି ଦେବବନ । ଜଙ୍ଗଲ ଏବଂ ପାହାଡ଼କୁ ଘେରି ରହିଛି ବିରାଟ ବିରାଟ ଦେବଦାରୁ ଗଛ । ଏଠାରେ ସୁନ୍ଦର ସୁନ୍ଦର ପକ୍ଷୀ ଦେଖିବାକୁ ପାଇବେ । ଘରଚଟିଆ, କାଠହଣା, କୋଇଲି ଏବଂ ଶାଗୁଣା ଭଳି ଅନେକ ପକ୍ଷୀ ଦେଖିବାକୁ ପାଇବେ ।

କେମିତି ଯିବେ :
ଚକରାତାକୁ ବସ, ରେଳ ଏବଂ ବିମାନ ସେବା ସୁବିଧା ରହିଛି ।
ଚକରାତାରେ ପହଞ୍ôଚବାକୁ ହେଲେ ଜାଲିଗ୍ରାଣ୍ଟ ହେଉଛି ନିକଟତମ ଏୟାରପୋର୍ଟ । ଏଠାରୁ ଚକରାତାର ଦୂର ୧୧୩ କିଲୋମିଟର । ଏୟାରପୋର୍ଟରୁ ଚକରାତା ଯିବାକୁ ଆପଣଙ୍କୁ ସହଜରେ ଟ୍ୟାକ୍ସି ମିଳିଯିବ ।
ରେଳସେବା : ଡେରାଡୁନ ହେଉଛି ଚକରାତାର ନିକଟତମ ରେଳଷ୍ଟେସନ । ଏଠାରୁ ଚକରାତା ୮୭ କିଲୋମିଟର । ଷ୍ଟେସନରୁ ଓହ୍ଲାଇ ଆପଣ ବସରେ ବି ଯାଇପାରିବେ ।
ବସସେବା : ଉତ୍ତରାଖଣ୍ଡ ରାଜ୍ୟ ପରିବହନ ନିଗମର ବସ ଡେରାଡୁନ୍ ଏବଂ ଚକରାତାକୁ ସର୍ବଦା ଚଳାଚଳ କରୁଛି । ଆପଣ ଅଳ୍ପ ଖର୍ଚ୍ଚରେ ବସ ଯୋଗେ ଚକରାତାରେ ପହଞ୍ôଚପାରିବେ ।

error: Thank You Keep Visiting