ବଢ଼ାନ୍ତୁ ଅଣ୍ଟାର ସୌନ୍ଦର୍ଯ୍ୟ

An Independent Media

ସ୍ରଷ୍ଟାଙ୍କର ସୃଷ୍ଟିରେ ସବୁଠାରୁ କମନୀୟ ସୃଷ୍ଟି ନାରୀ । ଏହି ସୌନ୍ଦର୍ଯ୍ୟକୁ ନେଇ କେତେ କେତେ କବିଙ୍କ ଲେଖନୀ ମୁନରେ ଫୁଟି ଉଠିଛି କବିତା । ତେଣୁ ସବୁ ନାରୀ ଚାହାନ୍ତି ଇଶ୍ୱର ପ୍ରଦତ୍ତ ଏହି ସୌନ୍ଦର୍ଯ୍ୟକୁ ସଠିକ୍ ରଖିବା ପାଇଁ । ତନୁପାତଳୀ ନାରୀମାନେ ସମସ୍ତଙ୍କୁ ଆକର୍ଷଣ କରିପାରନ୍ତି ଆଉ ସେମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥାଏ ସେମାନଙ୍କର ପତଳା ଅଣ୍ଟା । ସଠିକ୍ ସୌନ୍ଦର୍ଯ୍ୟ ଓ ଶାରୀରିକ ଫିଟ୍ନେସ୍ ଅଙ୍ଗାଙ୍ଗି ଭାବେ ଜଡ଼ିତ । କିନ୍ତୁ ଫିଟ୍ନେସ୍ରେ ବ୍ୟତିକ୍ରମ ଦେଖାଦେଇ ଯେତବେଳେ ମହିଳା ମାନଙ୍କ ଶରୀରରେ ମେଦ ଜମିବା ଆରମ୍ଭ କରେ ତାହା ପ୍ରଥମେ କେଉଁଠି ଜମେ ସେକଥା ପ୍ରାୟ ଅନେକ ଜାଣିଥିବେ । ଶରୀରର ସେଇ ଅଂଶ ହେଲା ଅଣ୍ଟା ଓ ପେଟ । ଯେଉଁ ଭାରତୀୟ ନାରୀ ମାନେ ଶାଢ଼ୀ ପିନ୍ଧନ୍ତି ସେମାନଙ୍କ ପକ୍ଷରେ ଏଇ ମେଦ ନିହାତି ଖରାପ ଦେଖାଯାଏ । ବ୍ଲାଉଜ୍ ଓ ଶାଢ଼ୀର ମଧ୍ୟବର୍ତ୍ତୀ ଜାଗାରେ ଯଦି ମେଦ ଟାୟାର ଭଳି ଫୁଲି ବାହାରି ପଡ଼େ ତା’ ହେଲେ ତାକୁ ସହଜରେ ଲୁଚାଇବା କଷ୍ଟକର ହୋଇପଡ଼େ । ତେବେ ଆସନ୍ତୁ ଜାଣିବା ଏଭଳି ପରିସ୍ଥିତିରେ କିଭଳି କମାଇବେ ଅଣ୍ଟାରୁ ମେଦ ।

  •  ଖିଆପିଆ ଉପରେ ପ୍ରଥମେ ଦୃଷ୍ଟି ଦିଅନ୍ତୁ । ତେଲ – ଚର୍ବିଯୁକ୍ତ ଖାଦ୍ୟ, ଅଧିକ ଭାତ ବା ରୁଟି, ପାଉଁରୁଟି ଓ ମିଠା, ଆଦି ଯଥାସମ୍ଭବ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।
  •  ପ୍ରତିଦିନ ସକାଳେ ଓ ସନ୍ଧ୍ରାରେ ଖୁବ୍ ଜୋର୍ରେ ଚାଲିବା ଅଭ୍ୟାସ କରନ୍ତୁ । ଏପରି କଲେ ଶରୀରର ବିଭିନ୍ନ ଅଂଶରୁ ମେଦ କମିବା ସହିତ ଅଣ୍ଟାରୁ ମଧ୍ୟ ଚର୍ବି ହ୍ରାସ ପାଇବ । ସତରଞ୍ଜି ବା କାର୍ପେଟ୍ ଉପରେ ଚିତ୍ ହୋଇ ଶୋଇ ପଡ଼ନ୍ତୁ । ଗୋଡ଼କୁ ଆଣ୍ଠୁରୁ ମୋଡ଼ି ଛାତି ପର୍ଯନ୍ତ ଆଣିବାକୁ ଚେଷ୍ଟା କରନ୍ତୁ । ତାହା ଯେମିତି ଠିକ୍ ଛାତର ସମାନ୍ତରାଳ ଭାବେ ଥିବ । ଏଥର ପୁଣି ଗୋଡ଼ ଦୁଇଟିକୁ ସିଧା କରି ଛିଡ଼ିଦିଅନ୍ତୁ । ଆପଣଙ୍କୁ କଷ୍ଟ ନହେବା ଯାଏଁ ଦୃତ ଭାବରେ ଏମିତି କରନ୍ତୁ ।
  •  ସିଧା ହୋଇ ଛିଡ଼ା ହୁଅନ୍ତୁ, ଦୁଇ ଗୋଡ ମଝିରେ ଯେମିତି ଟିକେ ଫାଙ୍କ ରହିବ । ଅଣ୍ଟାରେ ହାତ ରଖି ଥରେ ଡାହାଣ ପଟକୁ ନଇଁବାକୁ ଚେଷ୍ଟା କରନ୍ତୁ । ଦୁଇପଟକୁ ସମାନ ଭାବରେ ଛୁଇଁବାକୁ ଚେଷ୍ଟା କରନ୍ତୁ ।
  •  ସିଧା ହୋଇ ଛିଡ଼ା ହୁଅନ୍ତୁ ଯେମିତିକି ଦୁଇ ଗୋଡ ମଝିରେ ପ୍ରାୟ ଏକ ଫୁଟ ଫାଙ୍କା ରହିବ । ଅଣ୍ଟାରୁ ଡାହାଣ ପଟକୁ ଝୁଙ୍କି ଦୁଇ ହାତକୁ ଛାତ ଓ ଚଟାଣ ସହ ସମାନ୍ତରାଳ କରି ଡାହାଣ ପଟକୁ ପ୍ରସାରିତ କରନ୍ତୁ । ଠିକ୍ ଏଭଳି ଭାବେ ବାମ ପାଖ ପେଟକୁ ମଧ୍ୟ କରନ୍ତୁ ।
  •  ଚଟାଣରେ କାର୍ପେଟ୍ ବା ସତରଞ୍ଜି ପକାଇ ଶେଇ ପଡ଼ନ୍ତୁ । ଦୁଇ ହାତ ଦୁଇ ଦିଗକୁ ପ୍ରସାରିତ କରନ୍ତୁ । ଆଣ୍ଠୁ ପଛକୁ ମୋଡି ଅଣ୍ଟା ପାଖକୁ ଆଣି ଥରେ ଡାହାଣ ପଟ ଚଟାଣରେ ଓ ଥରେ ବାମ ପାଖ ଚଟାଣକୁ ସ୍ପର୍ଶ କରନ୍ତୁ । ଅତି ଦୃତ ଗତିରେ ଏଇ ବ୍ୟାୟାମ କରନ୍ତୁ । ଯେତେ ଅଧିକ ଥର କରିବେ ସେତେ ଭଲ ।
  •  ଶରୀରର କୌଣସି ବିଶେଷ ଅଂଶର ବ୍ୟାୟାମ କରାଯିବାର ମାନେ ନୁହେଁ ଯେ କେବଳ ସେଇ ଅଂଶର ବ୍ୟାୟାମ ମାତ୍ର ୫ ମିନିଟ୍ କରିଦେଲେ ଆପଣ ଅପୁର୍ବ ସୁନ୍ଦରୀ ହୋଇଯିବେ!
  •  ସବୁବେଳେ ସମ୍ପୂର୍ଣ୍ଣ ଶରୀର ବ୍ୟାୟାମ କରିବା କରିବା ଉଚିତ୍ । ଶରୀରର ଯେଉଁ ଜାଗାରେ ମେଦ ଜମିଛି ସେଇ ଅଂଶର ବ୍ୟାୟାମ ଅଧିକ କରିବା ଉଚିତ୍ ।
error: Thank You Keep Visiting