ପ୍ଲାଷ୍ଟିକରୁ ମଧ୍ୟ ହୋଇପାରିବ ତେଲ

An Independent Media

ପ୍ଲାଷ୍ଟିକ୍ ମାଟିରେ ମିଶିପାରେ ନାହିଁ । ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଉପକରଣକୁ ବ୍ୟବହାର ପରେ ଲୋକେ ଏହାକୁ ଫିଙ୍ଗି ଦିଅନ୍ତି । ଅନ୍ୟ ଜିନିଷଗୁଡିକୁ ଫିଙ୍ଗି ଦେଲେ, ଏହା କିଛି ଦିନ ପରେ ପଚି ମାଟିରେ ମିଶିଯାଏ । କିନ୍ତୁ ପ୍ଲାଷ୍ଟିକ୍ ବର୍ଷ ବର୍ଷ ଧରି ମାଟିରେ ପଡିରହେ । ମାଟିର ଉର୍ବରତାକୁ ନଷ୍ଟ କରେ । ଅତଏବ ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ପରିବେଶକୁ ଦୂଷିତ କରିବା ସହ ଚାଷଜମିକୁ ଧୀରେ ଧୀରେ ନଷ୍ଟ କରୁଛି ।
ଏହାକୁ ଆଖି ଆଗରେ ରଖି ତାମିଲନାଡୁର ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ ପ୍ଲାଷ୍ଟିକ୍ର କଡ୍ ତେଲ ପ୍ରସ୍ତୁତ କରାଯିବ । ପ୍ରତିଦିନ ଚେନ୍ନାଇରୁ ପ୍ରାୟ ୩୦୦ କୁଇଣ୍ଟାଲ୍ ରଦି ପ୍ଲାଷ୍ଟିକ୍ ସଂଗ୍ରହ କରାଯାଉଛି । ଆକଳନ ଅନୁଯାୟୀ ଏଥିରୁ ୩୦୦,୦୦୦ ଲିଟର ତେଲ ଉତ୍ପାଦନ କରାଯାଇପାରିବ । ବାଙ୍ଗାଲୋର ମୁନିସ୍ପାଲ କୋ-ଅପରେସନ୍ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଉଛି । ଖୁସିର କଥା ପ୍ଲାଷ୍ଟିକରୁ ପ୍ରସ୍ତୁତ କଡ୍ ତେଲକୁ ଡିଜେଲ୍ ଓ ପେଟ୍ରୋଲରେ ପରିଣତ କରାଯାଇପାରିବ । ଏହାଦ୍ୱାରା ପେଟ୍ରୋଲ୍ ଓ ଡିଜେଲ୍ର ଅଭାବ ଦୂର ହେବ ବୋଲି ଆଶା କରାଯାଉଛି ।

error: Thank You Keep Visiting