ଆସନ୍ତୁ ଜାଣିବା ନାଲି ରଙ୍ଗ କିପରି ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ

An Independent Media

ଓଡ଼ିଶା ଜର୍ଣ୍ଣାଲ (ଶୁଭଶ୍ରୀ ଦାସ) : ଶାସ୍ତ୍ରାନୁସାରେ ସବୁ ରଙ୍ଗର କିଛି ନା କିଛି ମହତ୍ୱ ରହିଛି । ଯାହାକି ଆପଣଙ୍କ ଜୀବନରେ ମଧ୍ୟ ଏପରି ହୋଇଥିବ କି ଆପଣ ସମୟ ଅନୁସାରେ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ ତାକୁ ଆପଣ ବାଛି ଦେଇଥାନ୍ତି । ଖୁସିର ଅବସରରେ ଆମେ ଅଧିକାଂଶ ସମୟରେ ନାଲି ରଙ୍ଗର ବସ୍ତ୍ର ପରିଧାନ କରିଥାଉ । ଏହି ରଙ୍ଗ ଆପଣଙ୍କ ଖୁସିକୁ ନୁହେଁ,ବରଂ ଆପଣଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ । ନାଲି ରଙ୍ଗ କେବଳ ଆପଣଙ୍କ ସୁନ୍ଦରତାକୁ ବଢାଇନଥାଏ,ଯେପରି କି ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ସ୍ୱାସ୍ତ୍ୟ ଓ ବାସ୍ତୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ନାଲି ରଙ୍ଗ ବ୍ୟକ୍ତି ମନକୁ ସାହାସ ଓ ତାକତ୍ ଯୋଗାଇଥାଏ ।

ଆସନ୍ତୁ ଜାଣିବା ବାସ୍ତୁ ପାଇଁ ନାଲି ରଙ୍ଗ ଆପଣଙ୍କ ଜୀବନକୁ କିପରି ଭାବରେ ପ୍ରଭାବିତ କରିଥାଏ । ସବୁବେଳେ ମଣିଷ ନିଜ ଜୀବନରେ କିଛି ପାଇବା ପାଇଁ କିଛି ବଡ଼ ଲକ୍ଷ୍ୟ ରଖିଥାଏ,ଯଦି ଆପଣ ନିଜ ଜୀବନରେ ଏମିତି କିଛି ଲକ୍ଷ୍ୟ ରଖିଛନ୍ତି ତା ହେଲେ ଆପଣ ନିଜ ଘର ଭିତରେ ନାଲି ରଙ୍ଗର ବ୍ୟବହାର କରନ୍ତୁ । ନାଲି ରଙ୍ଗ ଆପଣଙ୍କ ମହତ୍ୱପୂର୍ଣ୍ଣ ଲକ୍ଷ୍ୟକୁ ଦୃଢ କରିବାରେ ସାହାଯ୍ୟ କରେ । ନାଲି ରଙ୍ଗ ଆପଣଙ୍କ ଆତ୍ମବିଶ୍ୱାସ କୁ ବୃଦ୍ଧି କରାଇଥାଏ । ବାସ୍ତୁ ଅନୁସାରେ ଘର ମଧ୍ୟରେ ଥିବା ଗାଧୁଆ ଘର ଏବଂ ନଳ ଗୁଡ଼ିକ ମଧ୍ୟରୁ ନକରାତ୍ମକ ଶକ୍ତିର ଉତ୍ପନ ହୋଇଥାଏ । ଏହି ନକାରତ୍ମକ ଶକ୍ତି ରୁ ରକ୍ଷା ପାଇବାକୁ ହେଲେ ନାଲି ରଙ୍ଗର କପଡ଼ା ବ୍ୟବହାର କରିବା ଆବଶ୍ୟକ । ଶୟନ କକ୍ଷରେ ନାଲି ରଙ୍ଗର ମହମବତୀ ବ୍ୟବହାରକୁ ଶୁଭ ବୋଲି ମନାଯାଇଛି ।

କୁହାଯାଏ ଯେ ଏପିରି କରିବା ଦ୍ୱାରା ଆମର ଆଖପାଖରେ ଥିବା ନକରାତ୍ମକ ଶକ୍ତି ହ୍ରାସ ପାଇବା ସହ ଦାମ୍ପତ୍ୟ ଜୀବନରେ ସୁଖ ଓ ସମୃ୍ଦ୍ଧି ଭରିଦିଏ । ଏହାଛଡ଼ା ହୃଦ୍ ରୋଗୀ ମାନଙ୍କ ପାଇଁ ନାଲି ରଙ୍ଗ ଆଦୌ ଭଲ ନୁହେଁ । ଏଥିପାଇଁ ଏହି ବ୍ୟକ୍ତି ମାନଙ୍କୁ ନାଲି ରଙ୍ଗ ଠାରୁ ଦୂରେଇ ରଖିବା ଉଚିତ୍ । ନାଲି ରଙ୍ଗ ଶକ୍ତିର ପ୍ରତୀକ ଅଟେ । ଯଦି ଆପଣଙ୍କ ଭିତରେ ଇଚ୍ଛା ଶକ୍ତିର ଅଭାବ ଥାଏ ତାହା ହେଲେ ନାଲି ରଙ୍ଗର ବ୍ୟବହାର ଦ୍ୱାରା ଆପଣଙ୍କ ଇଚ୍ଛା ଶକ୍ତି ବୃଦ୍ଧି କରାଇବାରେ ସହାୟ ହୋଇଥାଏ ।

error: Thank You Keep Visiting