ରୋଜ ଡେ ରେ ଗୋଲାପ ଦେଇ କରନ୍ତୁ ପ୍ରେମ ନିବେଦନ

Straight to the Point
ଭୁବନେଶ୍ୱର: ଗୋଲାପକୁ ପ୍ରେମର ପ୍ରତୀକ ରୂପରେ ମାନନ୍ତି । ପ୍ରତି ବ୍ୟକ୍ତି ପ୍ରାୟ ନିଜର ପ୍ରେମର ପ୍ରକାଶ ଗୋଲାପ ଦେଇ କରିଥାଏ । ତେବେ ଆଜିଠାରୁ ଭାଲେନଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ପ୍ରେମୀଯୁଗଳମାନେ ଏହାକୁ ନେଇ ଉତ୍ସାହିତ ଥାନ୍ତି । ତେବେ ଆଜି ଭାଲେନଟାଇନ ସପ୍ତାହର ପ୍ରଥମ ଦିନ । ଆଜିର ଦିନକୁ ରୋଜ ଡେ ଭାବରେ ପାଳନ କରାଯାଏ । ପ୍ରେମୀଯୁଗଳମାନେ ଜଣେ ଅନ୍ୟ ଜଣଙ୍କୁ ଗୋଲାପ ଫୁଲ ଦେଇଥାନ୍ତି । ତେବେ ଏହା କେବଳ ପ୍ରେମୀଙ୍କ ପାଇଁ ନୁହେଁ ଆପଣ ମଧ୍ୟ ପାଳନ କରି ପାରିବେ ଆପଣଙ୍କ ବନ୍ଧୁଙ୍କ ସହ ।

ଏହି ଦିନକୁ ଆପଣ ନିଜର ଭାଇ, ବନ୍ଧୁ, ଶିକ୍ଷକ ଏବଂ ବନ୍ଧୁଙ୍କ ସହ ପାଳନ କରି ପାରନ୍ତି । ତେବେ ଜାଣନ୍ତୁ ଗୋଲାପର ରଙ୍ଗ ଏବଂ ଏହାର ମହତ୍ୱ ବିଷୟରେ:-

ଲାଲ ଗୋଲାପ-ଲାଲ ରଙ୍ଗ ପ୍ରେମର ପ୍ରତୀକ । ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କୁ ଲାଲ ଗୋଲାପ ଦେଇ ପାରନ୍ତି ।

ଧଳା ଗୋଲାପ-ଧଳା ରଙ୍ଗର ଗୋଲାପ ପବିତ୍ରତା, ନରମର ପ୍ରତୀକ । ଯଦି ଆପଣ କାହାକୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ତେବେ ଦେଇ ପାରନ୍ତି ।

ହଳଦିଆ ଗୋଲାପ-ହଳଦିଆ ବନ୍ଧୁତାର ପ୍ରତୀକ । ରୋଜ ଡେରେ ଆପଣ ନିଜ ବନ୍ଧୁଙ୍କୁ ଦେଇ ପାରନ୍ତି ।

ଗୋଲାପୀ ଗୋଲାପ-ଗୋଲାପୀ କୃତଜ୍ଞତାର ପ୍ରତୀକ । ଯଦି କାହାକୁ ଧନ୍ୟବାଦ ଦେବାକୁ ଚାହୁଂଛନ୍ତି ତେବେ ଗୋଲାପୀ ଫୁଲ ଦିଅନ୍ତୁ ।

error: Thank You Keep Visiting