ଫ୍ୟାସନ ୱାର୍ଲଡରେ ଆର୍ମି ପ୍ରିଣ୍ଟସ୍

ଫ୍ୟାଶନରେ ପ୍ରିଣ୍ଟକୁ ନେଇ ଏବେ ଲାଟେଷ୍ଟ ଟ୍ରେଣ୍ଡ ହେଉଛି ଆର୍ମି ପ୍ରିଣ୍ଟସ୍ । ବର୍ତ୍ତମାନ ସମୟରେ ଏହା ନବଯୁବତୀଙ୍କୁ ବହୁତ ଆକର୍ଷିତ କରିବା ସହ ପ୍ୟାଶନେବଲ୍ ମଧ୍ୟ ହୋଇଛି । ସଂପ୍ରତି ସମସ୍ତ ଉତ୍ସବ ଓ ଆୱାର୍ଡ ଫଙ୍କସନ୍ରେ ମଧ୍ୟ ଆର୍ମି ପ୍ରିଣ୍ଟ୍ ଛାଇ ହୋଇ ରହିଛି । ତେବେ ମହିଳାଙ୍କ ମଧ୍ୟରେ ଏହାର ଖାସ୍ କ୍ରେଜ୍ ହେବାର ଖାସ୍ କାରଣବି ରହିଛି । ସୈନିକମାନଙ୍କ ପ୍ରତି ସମ୍ମାନ ଜାହିର କରିବା ପାଇଁ ଏହି ପ୍ରିଣ୍ଟ୍ ପ୍ରତି ଆକର୍ଷିତ ହେଉଛନ୍ତି । ଦ୍ୱିତୀୟ କଥା ହେଲା ଫ୍ରେଶ୍ ଲୁକ୍ ପାଇବା ପାଇଁ ଏହିି ପ୍ରିଣ୍ଟ୍ ସହିତ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟସ୍ ବି କରାଯାଇହେବ ।

ତେବେ ଏହି ପ୍ରିଣ୍ଟକୁ ଖାସ୍ କରିବାରେ ସୋସିଆଲ ମିଡିଆରବି ରହିଛି ଖାସ୍ ଯୋଗଦାନ । କାରଣ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପରେପରେ ଏହି ଆର୍ମି ପ୍ରିଣ୍ଟ୍ ଉପରେ ଅଧିକ ଖିଆଲ ରଖାଯାଇଥିଲା । ଏହି ସବୁ ଆଉଟ୍ ଫିଟ୍ ମଧ୍ୟରୁ ଷ୍ଟାଇଲିଶ୍ ଜ୍ୟାକେଟ, ଏସିମେଟ୍ରିକ୍, କୁର୍ତ୍ତା, ଲେଗିଙ୍ଗ୍୍ସ, ଜେଙ୍ଗିଙ୍ଗ୍, ସ୍କର୍ଟ ଓ ଆକ୍ସେସରିଜ୍ ବନାଯାଇ ଆସୁଅଛି ।
