ଶ୍ରବଣ ଶକ୍ତି ବୃଦ୍ଧି କରାଇବା ନିମନ୍ତେ କାଟିଦେଲେ ଦୁଇକାନ

Straight to the Point

ସୁନ୍ଦର ଦେଖାଯିବା ପାଇର୍ ଲୋକମାନେ ବଡ଼ିରେ ମସାଜ୍, ପ୍ଲାଷ୍ଟିକ୍ ସର୍ଜରୀ, ଏମିତିକି ଟାଟୁବି କରନ୍ତି । କିନ୍ତୁ ଜଣେ ବ୍ୟକ୍ତି ନିଜକୁ ସୁନ୍ଦର ଦେଖେଇ ହେବା ପାଇର୍ ନୁହେଁ, ପରନ୍ତୁ ଶୁଣିବାର କ୍ଷମତାକୁ ବଢାଇବା ପାଇଁ ଏମିତି କାମ କରିଛନ୍ତି ଯାହାଶୁଣିଲେ ଚକିତ ହେବେ । ଯୁବକ ଜଣକୁ ଶୁଣିବାରେ ଟିକେ ପ୍ରୋବ୍ଲେମ୍ ଥିଲା । ତେଣୁ ସେ ଶୁଣିବାର କ୍ଷମତାକୁ ବଢାଇବା ପାଇଁ ନିଜ କାନର ବାହାର ଦୁଇ ଅଂଶକୁ କାଟିଦେଲେ । ବ୍ୟକ୍ତିର ନାମ ଚାର୍ଲସ୍ ବେଟେଲ୍ । ଏହି କାମ କଲା ପରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇଛି । ଚାର୍ଲ ବେଟେଲ ସୁଇଡେନ୍ ର ମଶହୂର ବଡି ମେଡିଫିକେସନ୍ ଆର୍ଟିଷ୍ଟ ଚାଏ ମାଇବଟଙ୍କ ସହିତ ସଂପର୍କ କରିଥିଲେ ଓ ତାଙ୍କୁ ନିଜ କାନର ବାହାର ଭାଗକୁ ରିମୁଭାଲ ସର୍ଜରୀ ମାଧ୍ୟମରେ ଅପରେସନ କରିବାକୁ କହିଥିଲେ । ଏହି ସର୍ଜରୀକୁ କୋଞ୍ଚ ରିମୁଭାଲ ସର୍ଜରୀ ବୋଲି କୁହାଯାଏ ।

error: Thank You Keep Visiting