ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ କ୍ୟାନସର ପିଡିତା ବୈଷ୍ଣବୀ

Straight to the Point

ବିବାହ କରି ଘର ସଂସାର ରଚନା କରିବା ସବୁ ଝିଅଙ୍କର ସ୍ୱପ୍ନ ହୋଇଥାଏ । ଏଭଳି କ୍ଷେତ୍ରରେ ସୁନ୍ଦରୀ ଦେଖେଇ ହେବାପାଇଁ ଝିଅମାନେ ପାର୍ଲର ଯାଇ ନିଜକୁ ପ୍ରସ୍ତୁତ କରିଥାନ୍ତି । ଆଜି ଆମେ ଆପଣଙ୍କୁୁ ଏମିତି ଏକ ବଧୂର ଫଟୋ ଉପରେ କହିବୁ, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ବଧୂର ନାମ ବୈଷ୍ଣବୀ ପୂର୍ବେନ୍ଦ୍ରନ ଏହା ମୂଳ ରୂପରେ ଜଣେ ଭାରତୀୟ, ଯିଏକି ମଲେସିୟାରେ ରୁହନ୍ତି । ସୋସିଆଲ ମିଡିଆରେ ଲୋକମାନେ ବୈଷ୍ଣବୀଙ୍କର ଏହି ଅବତାରକୁ ସଲାମ କରିଛନ୍ତି ଓ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟଯେ କ୍ୟାନ୍ସର କାରଣରୁ ବୈଷ୍ଣବୀ ନିଜର କେଶକୁ ହରାଇଥିଲେ । ଏହା ସତ୍ତେ୍ୱ ଏଥିପାଇଁର୍ ସେ ପଶ୍ଚାତାପ ନକରି ନିଜର ବ୍ରାଇଡାଲ ଫଟୋ ସୁଟ୍ କରାଇଥିଲେ । ସୋସିଆଲ ମିଡିଆରୁ ତାଙ୍କୁ ଏଭଳି ରେସ୍ପନ୍ସ ମିଳିଛି, ଯାହାକି ସେ କେବେବି ଆଶା କରିନଥିଲେ । ଏହି ଫଟୋ ଖୁବ୍ ଭାଇରାଲ ହୋଇଛି । ଲୋକମାନେ ବୈଷ୍ଣବୀକୁ ଶାଦି ମୁବାରକ୍ ଦେଇଛନ୍ତି ।

error: Thank You Keep Visiting