ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିଲେ…ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Straight to the Point

ହିନ୍ଦୁଧର୍ମରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ବହୁତ ମହତ୍ୱ ରହିଆସିଛି । ଶାସ୍ତ୍ର ଅନୁସାରେ ସକାଳୁ ଗାଧୋଇ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରୁଥିବା ଲୋକମାନେ କିଛି ଖାସ୍ କଥାକୁ ଧ୍ୟାନ ଦେବା ଉଚିତ । ଶାସ୍ତ୍ରରେ ପୂଜା ପାଠ ଉପରେ ଅନେକ ନୀତି ନିୟମ କୁହାଯାଇଛି, ଯଦି ଆମେ ଏହାକୁ ନଜର ଅନ୍ଦାଜ କରିଦେବା ତେବେ, ନିଶ୍ଚିତ ଭାବେ ଆମର କ୍ଷତି ହେବ । କୁହାଯାଏ ସୂର୍ଯ୍ୟଙ୍କୁୁ ଜଳ ଅର୍ପଣ କରିବା ଦ୍ୱାରା ମନକୁ ଶାନ୍ତି ମିଳେ ଓ ଶରୀର ନିରୋଗ ରହିଥାଏ ଏବଂ ଜୀବନ ଖୁସିରେ କଟେ । ତେଣୁ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିଲେ କିଛି କଥାକୁ ଧ୍ୟାନ ଦିଅନ୍ତୁ, ନଚେତ୍ ଏଥିରେ ଭୁଲ୍ ହେଲେ ଆପଣଙ୍କର ଭଲ ବଦଳରେ ମନ୍ଦ ଘଟିଚାଲିବ ।

  • ସୂର୍ଯ୍ୟଙ୍କୁ ସବୁବେଳେ ଗାଧୋଇ ଜଳ ଚଢାନ୍ତୁ । ଏହା ଆଠଟା ମଧ୍ୟରେ ହେବା ଉଚିତ । ଯାହାକି ବ୍ରାହ୍ମ ମୁହୂର୍ତ୍ତକୁ ବୁଝାଇଥାଏ । ଜଳ ଅର୍ପଣ ପାଇଁ ରୂପା, କାଚ ବା ଷ୍ଟିଲ ଗ୍ଲାସ ଆଦି ପ୍ରୟୋଗ କରନ୍ତୁନି । ସୂର୍ଯ୍ୟଙ୍କୁ ସବୁବେଳେ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ।
  • ଜଳ ସବୁବେଳେ ମୁଣ୍ଡ ସିଧାକୁ ନେଇ ଅର୍ପଣ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟଙ୍କ କିରଣ ବ୍ୟକ୍ତି ଉପରେ ପଡ଼ିଥାଏ । ଏହାଦ୍ୱାରା ସୂର୍ଯ୍ୟଙ୍କ ସହିତ ନବଗ୍ରହ ବି ମଜବୁତ୍ ରହିବେ ।
  • ଜଳ ଅର୍ପଣ କାଳରେ ସୂର୍ଯ୍ୟଙ୍କୁ ସିଧା ସଳଖ ଦେଖନ୍ତୁନି, ପରନ୍ତୁ ଜଳାଧାରରେ ତାହାର କିରଣକୁ ଦେଖନ୍ତୁ ।
  • ପୂର୍ବ ଆଡ଼କୁ ମୁହଁ କରି ଜଳ ଅର୍ପଣ କରନ୍ତୁ । କିନ୍ତୁ ଯଦି ସୂର୍ଯ୍ୟ ନଦେଖାଯାଉଥାନ୍ତି, ତଥାପି ପୂର୍ବ ଆଡ଼କୁ ମୁହଁ କରି ଜଳ ଅର୍ପଣ କରନ୍ତୁ ।
error: Thank You Keep Visiting