ଚୁଇଙ୍ଗମ୍‌କୁ ଔଷଧ ରୁପେ ମଧ୍ୟ ବ୍ୟବହାର କରାଯାଏ

Straight to the Point

ଚୁଇଙ୍ଗମ୍‌ ଔଷଧ !ଲୋକମାନେ ଚୁଇଙ୍ଗମ୍‌ ଖୁସିରେ ଖାଇଥାନ୍ତି । କି;ୁ ଏକ ପରୀକ୍ଷାରୁ ଜଣାପଡିଛି ଯେ, ଚୁଇଙ୍ଗମ୍‌କୁ ଔଷଧ ରୁପେ ବ୍ୟବହାର ମଧ୍ୟ କରାଯାଇ ପାରିବ । ପରୀକ୍ଷାନୁଯାୟୀ ଚୁଇଙ୍ଗମ ଚୋବାଇଲେ କ୍ଷୁଦ୍ରାନ୍ତ୍ରରେ ହୋଇଥିବା ଘା’ ଅପେକ୍ଷାକୃତ ଶୀଘ୍ର ଭଲ ହୋଇଯାଇଥାଏ । ଗବେଷକମାନେ କହିଛନ୍ତି ଯେ, ଯେଉଁ ଲୋକଙ୍କର କ୍ଷୁଦ୍ରାନ୍ତ୍ର ଅପରେସନ ହୋଇଛି, ସେମାନେ ଚୁଇଙ୍ଗମ୍‌ ଚୋବାଇଲେ ଅତି କମ୍‌ରେ ଦୁଇଦିନ ପୁର୍ବରୁ ଡାକ୍ତରଖାନାରୁ ଛୁଟି ପାଇପାରିବେ । ଯଦି ରୋଗୀକୁ ସକାଳ, ମଧ୍ୟାହ୍ନ ଓ ସଂଧ୍ୟା ସମୟରେ ଅଧଘଣ୍ଟା ଲେଖାଏଁ ଚୁଇଙ୍ଗମ୍‌ ଚୋବାଇବାକୁ ଦିଆଯାଏ, ତେବେ ସେମାନଙ୍କ ଗ୍ୟାଷ୍ଟି୍ରକ୍‌ ହରମୋନ ସକ୍ରିୟ ହୋଇଯାଇଥାଏ । ଫଳରେ ଏହା କ୍ଷୁଦ୍ରାନ୍ତ୍ରର କାର୍ଯ୍ୟପ୍ରଣାଳୀ ସ୍ୱଭାବିକ ହେବାର ସାହାଯ୍ୟ କରିଥାଏ । ଗବେଷକମାନେ ଏହି ନିଷ୍କର୍ସରେ ପହଞ୍ଚି ପୁର୍ବରୁ କ୍ଷୁଦ୍ରାନ୍ତ୍ର ଅପରେସନ କରାଇଥିବା ୬୭ ଜଣ ରୋଗୀଙ୍କ ଉପରେ ଦୀର୍ଘ ୬ ମାସ ଅଧ୍ୟୟନ କରିଥିଲେ ।

error: Thank You Keep Visiting