ପିଲାଙ୍କ ମୋଟା ହେବାର କାରଣ ସୋଡା ଓ ଜୁସ୍
ଆମେରିକାର ଏକ ନୁଆ ଅଧ୍ୟୟନ ମୁତାବକ ପିଲାଙ୍କ ଖାଦ୍ୟରେ ଅଧିକ ମାତ୍ରାରେ ସୋଡା ଓ ଜୁସ୍ ସେମାନଙ୍କ ମୋଟା ହେବାର କାରଣ ହୋଇପାରେ । ଏପରି ଖାଦ୍ୟର ବହୁଳ ବ୍ୟବହାର କରୁଥିବା ପିଲା ବିଭିନ୍ନ ପ୍ରକାରର ବିପଦଜ୍ଜନକ ରୋଗରେ ପଡିପାରନ୍ତି । ପେନ୍ସିଲ୍ଭାନିଆ ବିଶ୍ୱିଦ୍ୟାଳୟର ଗବେଷକ ଏଲିସନ୍ ଜେ.ବଣ୍ଟୁର ଓ ତାଙ୍କର ସହକର୍ମୀମାନେ ୧୫୬ ଜଣ ବାଳିକାଙ୍କ ଉପରେ କରିଥିବା ପରୀକ୍ଷା ପରେ ଏ ବିଷୟରେ କହିଛନ୍ତି । ପାଞ୍ଚବର୍ଷ ବୟସରୁ ହିଁ ଏହି ବାଳିକାଙ୍କ ଉପରେ ଏପରି ଖାସ୍ୟ ପଦାର୍ଥ ଗୁଡିକର ପ୍ରଭାବ ଉପରେ ଅଧ୍ୟୟନ ଜାରି ରଖିଯାଇଥିଲା । ୧୩ ବର୍ଷ ବୟସ ମଧ୍ୟରେ ଶତକଡା ୧୪ ଭାଗ ବାଳିକାଙ୍କଠାରେ ହୃଦ୍ରୋଗ, ମସ୍ତିଷ୍କଘାତ ଓ ଟାଇପ୍-୨ ମଧୁମେହ ଆଦି ରୋଗର ଲକ୍ଷଣ ଦେଖିବାକୁ ମିଳିଅଛି । ବେଣ୍ଟୁରଙ୍କ ଅନୁସାରେ ଅଧିକ ପରିମାଣରେ ସୋଡା ଓ ଜୁସ୍ ଖାଇବା ଫଳରେ ଶରୀରରେ ସର୍କରାର ମାତ୍ରା ଅଧିକ ହୋଇଯାଇଥାଏ । ଯାହାଫଳରେ ମଧୁମେହ ବା ମୋଟାପଣ ହୋଇଥାଏ । ୫ରୁ ୯ ବର୍ଷର ପିଲା ମିଠା ଜାତୀୟ ଖାଦ୍ୟ ଅଧିକ ଖାଇଥାନ୍ତି ଯାହାକି ମୋଟାପାର ସ୍ତର ବୃଦ୍ଧି କରାଇଥାଏ । ୯ ବର୍ଷରୁ ଅଧିକ ବୟସର ପିଲା ଖାଦ୍ୟ ପଦାର୍ଥରେ ଏପରି ଖାଦ୍ୟର ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ପିଲାମାନେ ସାଧାରଣତଃ ଥଣ୍ଡାପାନୀୟ, ଜୁସ, ଚକୋଲେଟ୍, କେକ୍ ଆଦିର ବହୁଳ ବ୍ୟବହାର କରିଥାନ୍ତି ଯାହାକି ଅନେକ ରୋଗର କାରଣ ହୋଇଥାଏ ।