ଏହି ଯୋଗ ମୁଦ୍ରା ଶରୀରକୁ ଫୁର୍ତ୍ତି ରଖିଥାଏ

Straight to the Point

ଯୋଗ ସ୍ୱାସ୍ଥ୍ୟ ପାଇଁ ହିତକର। ଏହାର ବିଭିନ୍ନ ମୁଦ୍ରା ଓ ଆସନ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥିଲା ବେଳେ ଶରୀରକୁ ଫୁର୍ତ୍ତି ରଖିଥାଏ। ତେବେ ଯୋଗର କିଛି ମୁଦ୍ରା ଆଳସ୍ୟ ଦୂର ପାଇଁ ସହାୟକ ହୋଇଥାନ୍ତି। ଏହି ମୁଦ୍ରାକୁ ବିଛଣା ଛାଡ଼ିଲା ପରେ ସକାଳୁ ସକାଳୁ କରିବା ଆବଶ୍ୟକ। ଏହି ମୁଦ୍ରା ଆମକୁ କ୍ରିୟାଶିଳ କରିବା ସହ ଆମ ଭିତରେ ନୂଆ ଉତ୍ସାହ ଭରିଦିଏ। ଏହି ମୁଦ୍ରାଟିର ନାମ ହେଉଛି ଉଷାସ ମୁଦ୍ରା। ଉଷାସ ମୁଦ୍ରା ଦ୍ୱାଧିଷ୍ଠାନ ଚକ୍ରକୁ ଜାଗ୍ରତ କରି ଆମ ଭିତରେ ଆନନ୍ଦ ଭରିଦିଏ। ଏହା କରିବା ଦ୍ୱାରା ଆମର ହରମୋନ ପ୍ରଣାଳୀ ସନ୍ତୁଳିତ ରହିଥାଏ। ଯେଉଁ ଲୋକମାନେ ଆଳସୁଆ ସ୍ୱଭାବର ସେମାନେ ସକାଳୁ ଉଠିବା ମାତ୍ରେ ଏହି ମୁଦ୍ରା କରିବା ଆବଶ୍ୟକ।

କିପରି କରିବେ ଏହି ମୁଦ୍ରା

ହାତକୁ ମୁଣ୍ଡତଳେ ରଖି ୫ରୁ ୬ଥର ଲମ୍ବା ନିଶ୍ୱାସ ନିଅନ୍ତୁ। ଏହାପରେ ଆଖି ଏବଂ ମୁହଁ ଖୋଲନ୍ତୁ ଓ ଦୁଇ ହାତର ଆଙ୍ଗୁଠିକୁ ପରସ୍ପର ମଧ୍ୟରେ ଛନ୍ଦି ଦିଅନ୍ତୁ। ହାତ ପାପୁଲିକୁ ଉପରକୁ ରଖନ୍ତୁ ଏବଂ ଡାହାଣ ହାତର ବୁଢା ଆଙ୍ଗୁଠିକୁ ଉପରକୁ ରଖି ଦବାନ୍ତୁ। ମହିଳାମାନେ ଏହି ମୁଦ୍ରାକୁ କରିବା ସମୟରେ ନିଜର ଡାହାଣ ହାତ ଆଙ୍ଗୁଠିକୁ ବାମ ହାତର ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଠି ମଧ୍ୟରେ ରଖି ଦବାନ୍ତୁ। ଏହିଭଳି କରିବା ଦ୍ୱାରା ଆପଣଙ୍କ ଆଳସ୍ୟ ଦୂର ହେବା ସହ ଆପଣଙ୍କୁ ସତେଜ ଲାଗିବ।

error: Thank You Keep Visiting