ବର୍ଷା ଦିନିଆ ମେକଅପ୍ ଟିପ୍ସ

Straight to the Point

ଭୁବନେଶ୍ୱର: ବର୍ଷା ଦିନେ ଯଦି ସଠିକ୍ ମେକ୍ଅପ୍ ନ ନିଅନ୍ତି ତାହାଲେ ଆପଣଙ୍କ ଚେହେରା ଅସୁନ୍ଦର ଦେଖାଯାଏ । ଏଥି ନିମନ୍ତେ ଆପଣଙ୍କୁ କିଛି ମେକ୍ଅପ୍ ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଅଧିକରୁ ଅଧିକ ସୁନ୍ଦର ଦେଖାଯିବା ସହ ଅଧିକ ଆକର୍ଷଣୀୟ ଦେଖାଯିବେ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ଏହି ମେକଅପ୍ ଟିପ୍ସ ।

  • ବର୍ଷା ଦିନେ ମେକଅପ୍ ନେଉଥିଲେ ପ୍ରଥମେ ଫାଉଣ୍ଡେସନର ବ୍ୟବହାର କରନ୍ତୁ ।
  • ପାଉଡର ପରିବର୍ତ୍ତେ ଫେସ୍ କ୍ରିମ୍ କୁ ବ୍ୟବହାର କରିପାରିବେ । ଏହା ଦ୍ୱାରା ଆପଣଙ୍କ ମୁହଁ ଅଧିକ ଗ୍ଲୋ କରିବ ।
  • ବର୍ଷାଦିନେ ବାହରକୁ ଯିବା ସମୟରେ ପାଖରେ ଟିସୁ ପେପର କିମ୍ବା ସୁଖିଲା ସଫା କପଡ଼ା ପାଖରେ ରଖନ୍ତୁ । ଯଦି ବର୍ଷାରେ ଭିଜିଯାଆନ୍ତି ତେବେ ଏହା ସାହାଯ୍ୟରେ ଆପଣ ଚେହେରାକୁ ଘସିବା ପରିବର୍ତ୍ତେ ହାଲକା ଭାବେ ପୋଛି ନିଅନ୍ତୁ । ଯାହା ଫଳରେ ତ୍ୱଚାର ଚମକ ବଜାୟରହିବ ।
  • ଯେଉଁମାନଙ୍କର ତ୍ୱଚା ଡ୍ରାଏ ବା ଶୁଷ୍କ ଅଛି ସେମାନେ ଟୋନର ବ୍ୟବହାର କରନ୍ତୁ ।
  • ବର୍ଷାଦିନେ ଆପଣଙ୍କ ମୁହଁରେ ଯଦି ଦାଗ ରହିଛି ତାହାଲେ ମେକ୍ଅପ୍ ପାଉଡର ବ୍ୟବହାର କରନ୍ତୁ । ଏହା ଦାଗକୁ ଛଡ଼ାଇବାରେ ସାହାଯ୍ୟ କରିଥାଏ ।
  • ବର୍ଷା ଦିନେ ପିନ୍ଧିଥିବା କପଡ଼ା ମ୍ୟାଚିଙ୍ଗ୍ ହୋଇଥିବା ଆବଶ୍ୟକ । ଯାହା ଆପଣଙ୍କୁ ଅଧିକ ସୁନ୍ଦର କରିଥାଏ ।
  • ଏହି ଦିନରେ ମ୍ୟାଟ୍ ଲିପ୍ଷ୍ଟିକ୍ ବ୍ୟବହାର କଲେ ଅଧିକ ଲାଭ ହୋଇଥାଏ । କାରଣ ସାଧାରଣ ଲିପ୍ଷ୍ଟିକ୍ ବର୍ଷାରେ ଓଦା ହେଲେ ଛାଡ଼ି ଯିବାର ସମ୍ଭାବନା ଥାଏ ।
  • ବର୍ଷା ଦିନ ପାଗ ଭଲ ରହୁଥିବାରୁ ଆପଣଙ୍କୁ ଡାର୍କ ଆଇ ସ୍ୟାଡୋ ଭଲ ମାନିବ । ଏହା ଅଧିକ ସମୟ ପାଇଁ ମଧ୍ୟ ଚେହେରାରେ ରହିଥାଏ ।
error: Thank You Keep Visiting