ବିଶ୍ୱ କ୍ରିକେଟ୍‍ରେ ଆଇସିସିର କଠୋର ଦଣ୍ଡବିଧାନ

Straight to the Point

ଡବଲିନ୍‍ : ବିଶ୍ୱ କ୍ରିକେଟ୍‍ରେ ବଲ୍‍ ଟାମ୍ପରିଂ ମାମଲା ଦିନକୁ ଦିନ ବୃଦ୍ଧି ଘଟୁଥିବାରୁ ଏଭଳି କରୁଥିବା ଖେଳାଳିଙ୍କ ନିମନ୍ତେ କଠୋର ଦଣ୍ଡବିଧାନ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ନୂଆ ନିୟମ ଅନୁଯାୟୀ ବଲ୍‍ ଟାମ୍ପରିଂରେ ଜଡ଼ିତ ଖେଳାଳିଙ୍କୁ ୬ଟି ଟେଷ୍ଟ କିମ୍ବା ୧୨ଟି ଦିନିକିଆରୁ ବାସନ୍ଦ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି।
ଏଠାରେ ଆୟୋଜିତ ଆଇସିସିର ବାର୍ଷିକ ଅଧିବେଶନ ପରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ଜଣେ କ୍ରିକେଟ୍‍ର କେତୋଟି ଘରୋଇ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ ସେ ସଂପର୍କରେ ମଧ୍ୟ ଅଧିବେଶନରେ ଆଲୋଚନା ହୋଇଥିଲା।
ପୂର୍ବରୁ ବଲ୍‍ ଟାମ୍ପରିଂ ମାମଲାକୁ ଆଇସିସିର ଶୃଙ୍ଖଳାଗତ ନିୟମ ଲେବୁଲ୍‍-୧ରେ ରଖାଯାଇଥିଲା। ଯେଉଁଥିପାଇଁ ସଂପୃକ୍ତ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ କିମ୍ବା ୨ଟି ଦିନିକିଆରୁ ବାସନ୍ଦ କରାଯିବାକୁ ନିୟମ ରହିଥିଲା। ତେବେ ଅଧିବେଶନରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବଲ୍‍ ଟାମ୍ପରିଂକୁ ଲେବୁଲ୍‍-୩ରେ ସାମିଲ କରାଯାଇଛି। ଫଳରେ ବଲ୍‍ ଟାମ୍ପରିଂରେ ଜଡ଼ିତ ଖେଳାଳିଙ୍କୁ ୬ଟି ଟେଷ୍ଟ କିମ୍ବା ୧୨ଟି ଦିନିକିଆରୁ ବାସନ୍ଦ କରାଯିବ। ସେହିପରି ପଡ଼ିଆରେ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଖେଳାଳିଙ୍କୁ ମଧ୍ୟ ଦଣ୍ଡିତ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଥାଉକି କେତେକ କ୍ରିକେଟ୍‍ର ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବା ବଦଳରେ ବିଶ୍ୱର ବିଭିନ୍ନ ଦେଶରେ ଆୟୋଜିତ ଟ୍ୱେଣ୍ଟି୨୦ ଲିଗ୍‍ରେ ଖେଳୁଥିବାରୁ ଏଥିପ୍ରତି ଅଙ୍କୁଶ ଲଗାଇବାକୁ ଆଇସିସି ଅଧିବେଶନରେ ନିଷ୍ପତ୍ତି ହୋଇଛି।
ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଜଣେ ଖେଳାଳି ୩ଟିରୁ ଅଧିକ ଘରୋଇ ଟ୍ୱେଣ୍ଟି୨୦ ଲିଗ୍‍ରେ ଖେଳିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

error: Thank You Keep Visiting