ଭଦ୍ରକ ଜିଲ୍ଲା ୧୪ବର୍ଷରୁ କମ୍ ବାସ୍କେଟ ବଲ ବାଳକ ଦଳର କଟକଯାତ୍ରା

Straight to the Point

ଭଦ୍ରକ:- ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ତାର ଖେଳାଳୀଙ୍କ ନାମ ଘୋଷଣା କରିଛି । ଖେଳାଳୀମାନେ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗିତା ୪ ତାରିଖ ପର୍ଯ୍ୟନ୍ତ ହେବା ପରେ ଭଦ୍ରକ ଜିଲ୍ଲାର ଖେଳାଳୀମାନେ ସେଠାରେ ତିନୋଟି ଲିଗ ମ୍ୟାଚ ଖେଳିବେ । ଏହି ଦଳ ଘୋଷଣା ବେଳେ ଭଦ୍ରକ ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ସଭାପତି ଧୀରେନ ପଲେଇ ଓ କୋଚ ମନୋଜ ସାହୁ ଉପସ୍ଥିତ ଥିଲେ । ଏହି ଘୋଷିତ ଦଳରେ ଅନୂପ କୁମାର ନାୟକ, ରାହୁଲ ବଇଠା, ସୁଦୀପ ମଲ୍ଲିକ, ରୁଦ୍ରାଶିଷ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ଜିଜ୍ଞାଂଶୁ ସାମଲ, ସୁପ୍ରଭାତ ପଣ୍ଡା, ଦୀପ୍ତାଂଶୁ ସାହୁ, ସୋଏବ ସିବ୍ତାଇନ, ସୁବିମଳ କୁମାର ଦାସ, ବିଶ୍ୱରଂଜନ ସାହୁ, ପ୍ରୀୟାଂଶ ପ୍ରୟାଗ ଭୋଇ ସାମିଲ ହୋଇଛନ୍ତି । ଏହି ଦଳ ସହିତ ମନୋଜ ମହାନ୍ତି ଓ ସ୍ମୃତି ରଂଜନ ଦାସ ମ୍ୟାନେଜର ଭାବେ ଯାତ୍ରା କରିଛନ୍ତି ।

error: Thank You Keep Visiting