ପ୍ରଥମ ଦିନରେ ଭାରତର ସ୍କୋର ୨୦୩/୬

Straight to the Point

ଆଣ୍ଟିଗୁଆ: ଆଣ୍ଟିଗୁଆସ୍ଥିତ ନର୍ଥ ସାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଭାରତ ପ୍ରଥମ ଦିନରେ ୬୮.୫ ଓଭର ମ୍ୟାଚ ଖେଳି ୬ଟି ୱିକେଟ ହରାଇ ୨୦୩ ରନ କରିଛି । ଆରମ୍ଭରୁ ଭାରତୀୟ ଖେଳାଳୀମାନେ ଭଲ ପର୍ଦଶନ କରିପାରି ନଥିଲେ । ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା । ଗୋଟିଏ ଓଭରରେ କିମାର ରୋଚ୍ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ (୫) ଓ ଚେତେଶ୍ୱର ପୂଜାରାଙ୍କୁ ୱିକେଟ ପଛରେ କ୍ୟାଚ୍ କରାଇଥିଲେ । ତେବେ ଭାରତୀୟ ଦଳକୁ ଶକ୍ତ ଧକ୍କା ମିଳିଥିବା ୮ମ ଓଭରରେ । ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍ କରି ସାନନ୍ ଗାବ୍ରିଏଲ୍ଙ୍କ ପ୍ରଥମ ଶିକାର ହୋଇଥିଲେ । ୨୫ ରନ୍ରେ ଭାରତ ୩ଟି ୱିକେଟ ହରାଇବା ପରେ କେ.ଏଲ୍. ରାହୁଲ ଓ ଅଜିଙ୍କ୍ୟ ରାହାଣେ ବ୍ୟାଟିଂ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିଥିଲେ । ରାହୁଲ ଓ ରାହାଣେ ୪ର୍ଥ ୱିକେଟ ଭାଗିଦାରୀକୁ ୬୮ ରନ୍ରେ ପହଞ୍ଚାଇଥିଲେ । ରାହୁଲ ୪୪ ରନ୍କରି ଅଫ ସ୍ପିନର ରୋଷ୍ଟନ୍ ଚେଜ୍ଙ୍କ ଶିକାର ହୋଇଥିଲେ । ପରେ ହନୁମା ବିହାରୀ ୫୬ ବଲରୁ ୩୨ ରନ ଓ ରାହାଣେ ୧୬୩ ବଲ୍ରେ ୧୦ଟି ଚୌକା ସହ ୮୧ ରନ୍ କରି ଆଉଟ ହୋଇଥିଲେ । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ରିଷଭ ପନ୍ତ ୨୧ ବଲରୁ ୯ ଏବଂ ରବୀନ୍ଦ୍ର ଜାଡେଜା ୧୨ ବଲରୁ ୧ ରନ କରି ବ୍ୟାଟିଂ ଜାରି ରଖିଛନ୍ତି ।

error: Thank You Keep Visiting