ଟାଟା ଷ୍ଟିଲ ମିଡ଼ିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ- ସୁକିନ୍ଦା ଏକାଦଶ ଚମ୍ପିୟନ୍

Straight to the Point

କଳିଙ୍ଗନଗର : ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସ କମ୍ପେ୍ଲକ୍ସ ପଡ଼ିଆରେ ଆଜି ଟାଟା ଷ୍ଟିଲ ପକ୍ଷରୁଆୟୋଜିତ ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ମିଡ଼ିଆ ଏକାଦଶ ଫାଇନାଲ୍ ମ୍ୟାଚ୍ରେ ବ୍ୟାସନଗର ମିଡ଼ିଆ ଏକାଦଶକୁ୪-୦ଗୋଲ୍ରେ ହରାଇ ଟାଟା ଷ୍ଟିଲ ମିଡ଼ିଆ ଫୁଟବଲ କପ୍ର ପ୍ରଥମ ସଂସ୍କରଣର ଚମ୍ପିୟନ୍ ହୋଇଛି । ସୁକିନ୍ଦା ଏକାଦଶ ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବାବେଳେ ଯାଜପୁର ରୋଡ଼ର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ବ୍ୟାସନଗର ମିଡ଼ିଆ ଏକାଦଶ ରନ୍ରଅପ୍ ହୋଇଥିଲା । ଏହାପୂର୍ବରୁ ଆୟୋଜିତ ପ୍ରଥମ ସେମିଫାଇନାଲ୍ରେ ସୁକିନ୍ଦା ଏକାଦଶ ୪-୦ଗୋଲ୍ରେ ଯାଜପୁର ଟାଉନ୍ ଏକାଦଶକୁ ପରାଜିତ କରିଥିଲା ।

ସେହିପରି ଦ୍ୱିତୀୟ ସେମିଫାଇନାଲ୍ରେ ବ୍ୟାସନଗର ଏକାଦଶ ଓ କଳିଙ୍ଗନଗର ଏକାଦଶ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ୍ କରିପାରିନଥିଲେ । ଶେଷରେ ଟାଏବ୍ରେକରରେ ବ୍ୟାସନଗରଏକାଦଶ ୩-୦ ଗୋଲ୍ରେ ବିଜୟୀ ହୋଇଥିଲା । ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସ ପ୍ରେସିଡେଂଟ ଶ୍ରୀ ରାଜୀବ କୁମାର ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସେବା ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ, ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ମହାପ୍ରବନ୍ଧକ ଶ୍ରୀ ଚୈତନ୍ୟ ଭାନୁ ଓ ଟାଟା ଷ୍ଟିଲ ଏଫ୍ଏଏମ୍ଡ଼ି ବିଭାଗ ମହାପ୍ରବନ୍ଧକ ଶ୍ରୀସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୁରସ୍କାର ବିତରଣୀ ସମାରୋହରେ ଶ୍ରୀ ଆର ଆର ଶତପଥୀ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବ୍ୟାସନଗର ଏକାଦଶର ଶ୍ରୀ ଜ୍ଞାନ ରଞ୍ଜନ ଓଝା ଓ ପ୍ରଭୁଦତ ମହାନ୍ତି ଯଥାକ୍ରମେ ଶ୍ରେଷ୍ଠ ଗୋଲକିପର ଓ ଶ୍ରେଷ୍ଠ ଡିଫେନ୍ସ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ସୁକିନ୍ଦା ଏକାଦଶର ଶ୍ରୀ ଅଶିତ କୁମାର ମହାନ୍ତଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । 

error: Thank You Keep Visiting