ବାଣ ବାରୁଦ ଜଳାଇ ୨ ଶିଶୁ ଗୁରୁତର

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମତୋ ଦର୍ପଣସାହି ଗ୍ରାମରେ ଅଫୁଟା ବାଣର ବାରୁଦ ଦ୍ୱାରା ଦୁଇଜଣ ନାବାଳକ ଓ ନାବାଳିକା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ସୁମନ୍ତ ବେହେରାଙ୍କ ଚାରିବର୍ଷର ପୁଅ ମନୋଜ ଓ ଅର୍ଜୁନ ସାହୁଙ୍କ ପାଞ୍ଚ ବର୍ଷର ଝିଅ ଶୁଭଶ୍ରୀ ଆଜି ସନ୍ଧ୍ୟା ୫ଟାରେ ବାଣର ବାରୁଦକୁ ଜଳାଉଥିବାବେଳେ ତାହା ବିସ୍ଫୋରଣ ହେବାରୁ ସେମାନେ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା ।

error: Thank You Keep Visiting