ଆଜି ଭାରତ-ୱେଷଟଇଣ୍ଡିଜ ଟି-୨୦ ଅନ୍ତିମ ମ୍ୟାଚ୍

An Independent Media

ମୁମ୍ବଇ : ୨୦୧୬ ମାର୍ଚ୍ଚ ୩୧ରେ ଏହି ଓାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତକୁ ପରାସ୍ତ କରିବା ପରେ ଫାଇନାଲ ଜିତି ଚମ୍ପିଆନ୍ ହୋଇଥିଲା ୱେଷ୍ଟଇଣ୍ଡିଜ୍। ତେବେ ବିଶ୍ବ ଚମ୍ପିଆନ୍ ହେବା ପରେ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ ୱେଷ୍ଟଇଣ୍ଡିଜ୍ କରି ପାରିନାହିଁ । ଇଣ୍ଡିଜ୍ ୧୩ଟି ମ୍ୟାଚ୍ ଜିତି ୨୬ଟିରେ ପରାସ୍ତ ହୋଇଛି । ଏହି ଗ୍ରାଉଣ୍ଡରେ ବୁଧବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଉଛି ୱେଷ୍ଟଇଣ୍ଡିଜ୍। ଘରୋଇ ଭାରତ ବିପକ୍ଷରେ ଇଣ୍ଡିଜ୍ ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୭ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିବା ପରେ ରବିବାର ପରାଜୟର ତିକ୍ତ ସ୍ବାଦ ଚାଖିଛି ଭାରତୀୟ ଦଳ। ଶୃଙ୍ଖଳିତ ବୋଲିଂ ଓ ବିସ୍ଫୋରକ ବ୍ୟାଟିଂ ବଳରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ସହଜରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ ୱେଷ୍ଟଇଣ୍ଡିଜ୍ ୧-୧ କରିପାରିଛି। ଫଳରେ ବୁଧବାର ଖେଳାଯିବାକୁ ଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ନିର୍ଣ୍ଣାୟକ ହୋଇଯାଇଛି। ଟି୨୦ ବିଶ୍ବକପ୍ ଜିିତିବା ପରଠାରୁ ୱେଷ୍ଟଇଣ୍ଡିଜ୍‌ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ତା’ରି ମାଟିରେ ଭାରତକୁ ପରାସ୍ତ କରିବାର ସୁଯୋଗ ଏହା ପାଖରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୨୦୭ ରନ୍‌ର ପିଛାକରି ଜିତିଥିବା ଭାରତ ୨ୟ ମ୍ୟାଚ୍‌ରେ ଏହି ଝଟ୍‌କା ପରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ଘରୋଇ ସିରିଜ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବ।

error: Thank You Keep Visiting