ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଠାରୁ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜରେ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ପୁରୁଣା ବର୍ଷକୁ ବିଦାୟ ଦେଇଛି। ଗତ କାଲି(ରବିବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ବର୍ଷର ଅନ୍ତିମ ମ୍ୟାଚ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତ ବିଜୟ ହାସଲ କରି ସିରିଜ ହାତେଇଥିଲା। ତେବେ ଆଗାମୀ ବର୍ଷ ଅର୍ଥାତ ନୂଆ ବର୍ଷ ୨୦୨୦ ଜାନୁଆରୀରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ନିନିକିଆର ସିରିଜ ଖେଳିବ। ଉଭୟ ସିରିଜ ଭାରତରେ ଖେଳିଯିବ। ଜାନୁଆରୀ ୫ରୁ ଶ୍ରୀଲଙ୍କା ବିପକ୍ଷ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ଆରମ୍ଭ ହେବ। ଉଭୟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତ କାରଣରୁ କିଛି ଦିନ ହେବ ଦଳରୁ ବାଦ ପଡିଥିବା ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦଳରେ ସାମିଲ କରାଯାଇଛି। ସେହିଭଳି ଆହତ ହୋଇ କିଛି ଦିନ ହେବା ବିଶ୍ରାମ କରୁଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାବନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ନିନିକିଆ ମ୍ୟାଚ ଖେଳିବେ।