ଆନ୍ତଃ ଜିଲ୍ଳା କ୍ଲବ କ୍ରିକେଟ ଲିଗ – ୨୦୨୦, ଜେସିସି କ୍ଲବ ଓ ଉତ୍କଳିକା କ୍ଳବ ବିଜୟୀ

An Independent Media

ଭଦ୍ରକ:  ଭଦ୍ରକ କଲେଜ ଗ୍ରାଉଣ୍ଡ ଓ ଇଷ୍ଟକୋଷ୍ଟ ରେଲୱେ ଗ୍ରାଉଣ୍ଡ ଦୁଇଟି ସ୍ଥାନରେ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଆଜି ଅନୁଷ୍ଠିତ ଆନ୍ତଃ କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟର ମ୍ୟାଚରେ ଭଦ୍ରକ ଜଗନ୍ନାଥପୁରର ଜେସିସି କ୍ଲବ ଓ ବାସୁଦେବପୁରର ଉତ୍କଳିକା କ୍ଲବ ବିଜୟୀ ହୋଇଛି । ଭଦ୍ରକ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଜେସିସି କ୍ଲବ, ନୂଆବଜାର ଗାନ୍ଧିଜୀ କ୍ଲବକୁ ଭେଟିଥିଲା । ଗାନ୍ଧିଜୀ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪୩.୨ ଓଭରରେ ୧୮୬ରନ କରି ଅଲ୍ ଆଉଟ ହୋଇଥିଲା । ଦଳ ପକ୍ଷରୁ ଦେବାନନ୍ଦ ଜେନା ୬୯ରନ କରିଥିବା ବେଳେ ଜେସିସି ପକ୍ଷରୁ ଅଂଶୁମାନ ମହାନ୍ତି ୪ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ବ୍ୟାଟିଂ କରି ଜେସିସି ଦଳ ୨୭.୪ ଓଭରରେ ୧୮୭ ରନ କରି ମ୍ୟାଚ ଜିତିଥିଲା । ଦଳର ଶାନ୍ତନୁ ଦାସ ୭୭, ସୁଦର୍ଶନ ପଢିଆରୀ ୩୮ ଓ ଜିତେନ୍ଦୁ ଶେଖର ଭୋଇ ଅପରାଜିତ ୩୯ରନ କରି ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ଦେବବ୍ରତ ଜେନା ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ସେହିପରି ଭଦ୍ରକ ଇଷ୍ଟକୋଷ୍ଟ ରେଲୱେ ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ବାସୁଦେବପୁରର ଉତ୍କଳିକା କ୍ଲବ ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚରମ୍ପା ଏକାଡେମୀ ୪୫ ଓଭରରେ ୧୯୪ ରନ କରି ସମସ୍ତ ଖେଳାଳି ଆଉଟ ହୋଇଥିଲେ । ଦଳ ପକ୍ଷରୁ ପ୍ରକାଶ ପାତ୍ର ୪୮ରନ କରିଥିଲେ । ୧୯୫ରନର ଲକ୍ଷ୍ୟ ନେଇ ଉତ୍କଳିକା ଦଳ ବ୍ୟାଟିଂ କରି ୯ ଉଇକେଟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ଦଳ ପକ୍ଷରୁ ବସନ୍ତ ମହାଳିକ ସର୍ବାଧିକ ୧୦୨ରନ କରିଥିଲେ । ଚରମ୍ପା ପକ୍ଷରୁ ସନ୍ତୋଷ ପରିଡ଼ା ୪ଟି ଉଇକେଟ ନେଇଥିଲେ । ଏହି ମ୍ୟାଚକୁ ଅମ୍ପାୟାର ଭାବେ ଅବଦୁଲ ରହିବ ଖାନ ଓ ଦେବବ୍ରତ ରାଉତରାୟ ପରିଚାଳନା କରିଥିବା ବେଳେ ଡିଜିଟାଲ ସ୍କୋରର ଭାବେ ସମ୍ବିତ ମହାରଣା ଏବଂ ମାନୁଆଲ ସ୍କୋରର ଭାବେ ରାଜେଶ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ ।

error: Thank You Keep Visiting