ଦ୍ଵିତୀୟ ଟେଷ୍ଟ ହାରିବା ସହ ଭାରତର ଶୋଚନୀୟ ପରାଜୟ

An Independent Media

ବ୍ୟାଟିଂ ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ୨ୟ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହା ସହ ଭାରତ ୦-୨ରେ ସିରିଜ ହାରିଛି। ଟ୍ବି-୨୦​‌ରେ ଟିମ୍‌ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ପରେ ଦିନିକିଆ ଏବଂ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକମାନଙ୍କୁ ନିରାଶ କରିଛି।ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ସହଜରେ ଆତ୍ମସମର୍ପଣ କରିଦେଇଥିଲା। ଏହା ପରେ ଦ୍ବିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫର୍ମକୁ ଫେରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳ ଏହି ମ୍ୟାଚରେ ବି ଆରମ୍ଭରୁ ସଂଘର୍ଷ କରିଥିଲା। ପ୍ରଥମ ଇନିଂସରେ ଭାରତ ୨୪୨ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୩୫ ରନ୍‌ କରିବାରେ ସଫଳ ହୋଇଥିଲା। ୨ୟ ଇନିଂସରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୪ ରନ୍‌ରେ ସୀମିତ ରହିଥିଲା। ଫଳରେ ୧୩୨ ରନ୍‌ର ବିଜୟଲକ୍ଷ୍ୟକୁ ଘରୋଇ ଦଳ ମାତ୍ର ୩ ୱିକେଟ୍‌ ହରାଇ ହାସଲ କରିନେଇଛି। ଟମ୍‌ ଲଥାମ ୫୨ ଏବଂ ଟମ୍‌ ବ୍ଲଣ୍ଡେଲ ୫୫ ରନ୍‌ କରି ପ୍ରଥମ ୱିକେଟରେ ୧୦୩ ରନ୍‌ ଯୋଡ଼ି ଦଳର ବିଜୟକୁ ସହଜ କରିଦେଇଥିଲେ।

error: Thank You Keep Visiting