ଲୋକାଲ ଫାଇନାଲରେ ଜେସିସି ଓ ସୂର୍ଯ୍ୟଶିଖା

An Independent Media

୨୧ତମ ସର୍ବଭାରତୀୟ ହୃଦାନନ୍ଦ ମେମୋରିଆଲ କ୍ରିକେଟ

ଭଦ୍ରକ: ନେହେରୁ ଷ୍ଟାଡିୟମରେ ସୂର୍ଯ୍ୟଶିଖା କ୍ଲବ ଆନୁକୂଲ୍ୟରେଚାଲିଥିବା ୨୧ତମ ସର୍ବ ଭାରତୀୟ ହୃଦାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋକାଲ ଗ୍ରୁପ୍ମ୍ୟାଚରେ ଆଜି ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲ ଚରମ୍ପାକ୍ରିକେଟ ଏକାଡେମୀ ଓ ଜଗନ୍ନାଥପୁର କ୍ରିକେଟ କ୍ଳବ ଜେସିସି ମଧ୍ୟରେ ଖେଳା ଯାଇଥିଲା । ଏହିମ୍ୟାଚରେ ଜେସିସି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ଅନୁଷ୍ଠିତ ମ୍ୟାଚରେ ଚରମ୍ପା ଦଳ ଟସ୍ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୨୦ ଓଭରରେ ୧୬୪ ରନ କର ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଜି. ଈଶ୍ୱର ରାଓ ୩୫ ରନ ଓ ସଞ୍ଜିତ ଚୌଧୁରୀ ୩୦ ରନ କରିଥିଲେ । ଜେସିସିପକ୍ଷରୁ ପ୍ରିୟବ୍ରତ ଦାସ ୪ଟି ଓ ରଞ୍ଜିତ କୁଣ୍ଡୁ ୨ଟି ଉଇକେଟ ଅକ୍ତିଆର କରିଥିଲେ ।ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଜେସିସି ଦଳ ୧୭.୪ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିବିଜୟୀ ହୋଇଥିଲା ଜେସିସି ପକ୍ଷରୁ ସତ୍ୟକାମ ଭରଦ୍ୱାଜ ୭୪ ରନ ଓ ଜିତେନ୍ଦୁ ଶେଖର ଭୋଇ ୬୪ ରନକରିଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସାଳନ୍ଦୀ କ୍ଳବ ଓ ସୂର୍ଯ୍ୟଶିଖା କ୍ଳବ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ସୂର୍ଯ୍ୟଶିଖା ଦଳ ୬ ଉଇକେଟରେ ସାଳନ୍ଦୀକୁ ହରାଇ ଫାଇନାଲକୁ ପ୍ରବେଶକରିଛି । ଟସ୍ ଜିତି ସାଳନ୍ଦୀ କ୍ଳବ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୧୭ ଓଭରରେ୭ ଉଇକେଟ ହରାଇ ୧୫୩ ରନ କରିଥିଲା ଦଳ ପକ୍ଷରୁ ଅନିଲ ସାହା ୬୮ ଓ ଶିବଦତ୍ତ ମଲ୍ଲିକ ୫୪ ରନକରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ଅମିର ଖାନ୍ ୪ଟି ଓ ବିକାଶ ବାରିକ ୨ଟି ଉଇକେଟ ନେଇଥିଲେ ।୧୫୪ରନ ଲକ୍ଷ୍ୟକୁ ସୂର୍ଯ୍ୟଶିଖା ଦଳ ୧୬.୩ ଓଭରରେ ୪ ଉଇକେଟ ହରାଇ ଏକ ଚିତ୍ତାକର୍ଷକ ବିଜୟ ହାସଲକରିଥିଲା । ଦଳ ପକ୍ଷରୁ ସରୋଜ ବେହେରା ଅପରାଜିତ ୫୬ ରନ କରିଥିବା ବିଷ୍ଣୁ ସାଗର ବାରିକ ୩୨ ରନକରିଥିଲେ । ସାଳନ୍ଦୀ ପକ୍ଷରୁ ଭବ୍ୟଭାନୁ ସ୍ୱାଇଁ ୨ଟଇ ଓ ନନ୍ଦୁ ମୁଣ୍ଡା ୧ଟି ଇଉକେଟ ନେଇଥିଲେ ।ପ୍ରଥମ ମ୍ୟାଚରେ ସତ୍ୟକାମ ଭରଦ୍ୱାଜ ଏବଂ ଦ୍ୱିତୀୟ ମ୍ୟାଚରେ ସରୋଜ ବେହେରାଙ୍କୁ ମ୍ୟାନ ଅଫ୍ ଦିମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, କାଳନ୍ଦୀ ପଣ୍ଡା, ରଞ୍ଜନ କୁମାର ମହାନ୍ତି ଓ ଦେବବ୍ରତ ଜେନାଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

error: Thank You Keep Visiting