ବିସିସିଆଇ ଚୟନ କମିଟିର ଅଧ୍ୟକ୍ଷ ହେବେ ସୁନୀଲ ଯୋଶୀ!
ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଟିମ୍ ଇଣ୍ଡିଆର ଖେଳାଳି ଚୟନ କମିଟିରେ ଖାଲି ହେଉଥିବା ଦୁଇଟି ପଦବି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିସ୍ କରିଛି। ଏହି କମିଟି ପକ୍ଷରୁ ପୂର୍ବତନ କ୍ରିକେଟର ସୁନୀଲ ଯୋଶୀ ଓ ହରବିନ୍ଦର ସିଂହଙ୍କ ନାମ ସୁପାରିସ କରାଯାଇଛି । କ୍ରିକେଟ ପରାମର୍ଶଦାତା କମିଟି ପୂର୍ବତନ ବାମହାତୀ ସ୍ପିନର ସୁନୀଲ ଯୋଶୀଙ୍କୁ ରାଷ୍ଟ୍ରୀୟ ଚୟନ କମିଟି (ପୁରୁଷ ଟିମ୍)ର ଅଧ୍ୟକ୍ଷ କରିବାକୁ ସୁପାରିସ୍ କରିଛି। ଟିମ୍ ଇଣ୍ଡିଆର ଚୟନ କମିଟିର ଦୁଇ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। କାର୍ଯ୍ୟକାଳ ଶେଷ ହୋଇଥିବା ସଦସ୍ୟମାନେ ହେଲେ ଏମ୍ଏସ୍କେ ପ୍ରସାଦ ଓ ଗଗନ ଖୋଡା। ଏମ୍ଏସ୍କେ ପ୍ରସାଦ ଚୟନ କମିଟିର ଅଧ୍ୟକ୍ଷ ଥିଲେ। ତାଙ୍କ ସ୍ଥାନରେ ନିଯୁକ୍ତି ଲାଗି ସିଏସି ବୋର୍ଡକୁ ସୁନୀଲ ଯୋଶୀଙ୍କ ନାମ ସୁପାରିସ୍ କରିଛି।