କୋରୋନା ଭୟରେ ବନ୍ଦ ହେବନାହିଁ ଆଇପିଏଲ ଟି-୨୦: ବିସିସିଆଇ

An Independent Media

କୋଲକାତା: ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ଦେଖିବାକୁମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁନେଇ ଦ୍ୱନ୍ଦ୍ୱ।
ହେଲେ ଆଇପିଏଲକୁନେଇ ବିସିସିଆଇ ସ୍ପଷ୍ଟ କରିଛି ଯେ ଆଇପିଏଲର ୧୩ଶ ସଂସ୍କରଣ ନିର୍ଦ୍ଧାରିତ ସମୟରେ ହେବ ଏବଂ ‘କରୋନା’ ଭାଇରସକୁନେଇ ସମସ୍ତ ପ୍ରକାରର ଆବଶ୍ୟକ ପଦପେକ୍ଷ ମଧ୍ୟ ଉଠାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ “ଆଇପିଏଲ୍ ସ୍ଥଗିତ ହେବ ନାହିଁ। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ସୁଚାରୁରୂପେ ଆୟୋଜନକୁ ନେଇ ବୋର୍ଡ ଯଥାସମ୍ଭବ ପଦକ୍ଷେପଉଠାଇବାକୁ ପ୍ରସ୍ତୁତ ଅଛି।।”

error: Thank You Keep Visiting