ଆଇପିଏଲ ଅଭ୍ୟାସ ମ୍ୟାଚରେ ଧୋନୀ; ୫ବଲରେ ୫ ଛକା
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ୩ ସପ୍ତାହ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବା ଲାଗି ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି। ନ୍ୟୁଜିଲାଣ୍ଡ ନିକଟରୁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟ ପରଠୁ ଧୋନି ଜାତୀୟ ଦଳଠୁ ଦୂରେଇ ରହିଛନ୍ତି। କିନ୍ତୁ ଏବେ ସେ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିବା ଲାଗି ସଜବାଜ ହୋଇଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଧୋନି ଚେନ୍ନାଇସ୍ଥିତ ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମରେ ଅଭ୍ୟାସ ଚଳାଇ ଥିବା ବେଳେ ଧମାକା କରିଛନ୍ତି। ଧୋନି ଅଭ୍ୟାସ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି। ଯେଉଁଥିରେ ଧୋନି ଲଗାତାର ୫ ବଲ୍ରେ ୫ ଛକା ମାରିଛନ୍ତି। କିନ୍ତୁ ଏହି ଭିଡିଓରେ ସେ କୌଣସି ବୋଲର କି ବଲ୍ ମେସିନ୍ ବିପକ୍ଷରେ ସଟ୍ ମାରୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁନି। ଯାହାହେଲେ ବି ଧୋନି ଲଗାତାର ୫ ବଲ୍ରେ ୫ ଛକା ମାରୁଥିବା ଦୃଶ୍ୟ ରହିଛି ଏବଂ ସେ ପୂରା ଦମ୍ରେ ଫେରୁଥିବା ସଙ୍କେତ ଦେଇଛନ୍ତି।