ହୃଦାନନ୍ଦ ମେମୋରିଆଲ ମେଗାଟୁର୍ଣ୍ଣାମେଣ୍ଟ; ନଭଶିପ୍ ଚାମ୍ପିୟନ ବିଶାଖାପାଟଣା ଓ ଝାଡଖଣ୍ଡରାଇଜିଂ ଷ୍ଟାର ବିଜୟୀ

An Independent Media

ଭଦ୍ରକ: ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୨୧ତମ ସର୍ବଭାରତୀୟଦୃଦାନନ୍ଦ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ମେଗା ଟୁର୍ଣ୍ଣାମେଣ୍ଟ ବର୍ଷାଯୋଗୁ ବାଧାପ୍ରାପ୍ତ ହୋଇ ଦୁଇ ଦିନରେ ଦୁଇଟି ମ୍ୟାଚ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି କୌଣସିମ୍ୟାଚ ହୋଇ ପାରିନାହିଁ । ଗତକାଲି ପ୍ରଥମ ମ୍ୟାଚ ସେର୍‌ସା ରାଞ୍ଚି ଝାଡଖଣ୍ଡ ସହିତବିଶାଖାପାଟଣାର ନଭଶିପ୍ ଚାମ୍ପିୟନସ୍ ସହିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ବୋକାରୋ ଝାଡଖଣ୍ଡରାଇଜିଂ ଷ୍ଟାର ଓ ଉତ୍ତରପ୍ରଦେଶ ମଥୁରାର ୟୁସିପିଏଲ କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା । ପ୍ରଥମମ୍ୟାଚ ସମାପ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ବର୍ଷା ପାଇଁ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା,ଯାହା ଆଜି ସମ୍ପୂର୍ଣ୍ଣ କରାଯାଇଥିଲା । ପ୍ରଥମମ୍ୟାଚରେ ନଭଶିପ୍ ଚାମ୍ପିୟନ୍‌ସ ଟସ ଜତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୨୧୯ରନ କରିଥିଲା । ଦଳ ପକ୍ଷରୁ ଧୀରଜ କୁମାର ୮୫ ଓ ତରୁଣ କୁମାର ୪୦ ରନ କରିଥିଲେ ।ପିଣ୍ଟୁ ଶର୍ମା ୪ଟି ଉଇକେଟ ନେଇଥିଲେ । ସେର୍‌ସା ରାଞ୍ଚି ଦ୍ୱିତୀୟାର୍ଦ୍ଧ ବ୍ୟାଟିଂ କରି ୧୭.୩ଓଭରରେ ୧୪୪ରନ କରି ଅଲ୍ ଆଉଟ ହୋଇ ୭୫ ରନରେ ମ୍ୟାଚ ହାରିଥିଲା । ପିଣ୍ଟୁ ଶର୍ମା ୨୫ ଓ ଅଭିଷେକ୩୬ ରନ କରିଥିବା ବେଳେ ସତ୍ୟନାରାୟଣମ୍ ଓ ସୋମୁ ୨ଟି ଲେଖାଏ ଉଇକେଟ ନେଇଥିଲେ । ଧୀରଜ କୁମାରଙ୍କୁମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚଟିକୁ ଲଲାଟ କେଶରୀ ନନ୍ଦ ଏବଂରଞ୍ଜନ ମହାନ୍ତି ପରିଚାଳନା କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଝାଡଖଣ୍ଡ ରାଇଜିଂ ଷ୍ଟାରଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୨୦୩ ରନ କରିଥିଲା । ଅମନଶର୍ମା ୯୭ ଓ ରୀତେଶ ୩୬ ରନ କରିଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ମଥୁରା ଦଳ ୧୪ ଓଭରରେ ୧୨୯ରନ କରି ସମସ୍ତ ଖେଳାଳି ଆଉଟ ହୋଇଯାଇ ମ୍ୟାଚକୁ ହାରିଥିଲେ । ଦଳ ପକ୍ଷରୁ ରୋମେ ୩୬ ଓ ଅମିତ ୩୫ରନ କରିଥିବା ବେଳେ ଝାଡଖଣ୍ଡ ପକ୍ଷରୁ ରାଜେଶ ୭ଟି ଉଇକେଟ ନେଇଥିଲେ । ରାଜେଶଙ୍କୁ ମ୍ୟାନ ଅଫ୍ ଦିମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ କାଳନ୍ଦୀ ପାଣିଗ୍ରାହୀପରିଚାଳନା କରିଥିଲେ ।

error: Thank You Keep Visiting