ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ୍

An Independent Media

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ନେଇ ଦେଖା ଦେଇଥିବା ସଙ୍କଟ ଦୃଷ୍ଟିରୁ ଆଇପିଏଲ୍    ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାକୁ ଥିଲା। ଆଜିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଇପିଏଲ୍ ଟିମର ମାଲିକମାନେ ଖେଳ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ଅନ୍ୟ ପକ୍ଷରେ ଦିଲ୍ଲୀ ସରକାର ଆଇପିଏଲ୍ ଖେଳ ଦିଲ୍ଲୀରେ ହୋଇପାରିବ ନାହିଁ ବୋଲି ଘୋଷଣା କରିଛନ୍ତି । ସହଜେ  କେନ୍ଦ୍ର ସରକାର ବିଦେଶୀଙ୍କୁ ଭିସା ଜାରି ଉପରେ ଗୁରୁବାର ନୂଆ ନିୟମ ଲଗାଇଛନ୍ତି  । ଫଳରେ ଚଳିତ ବର୍ଷର ଆଇପିଏଲ୍‌ରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଭାରତ ଆସିପାରିବେ ନାହିଁ। ଆଇପିଏଲ୍ ଖେଳୁଥିବା ବିଦେଶୀ ଖେଳାଳିମାନେ ବ୍ୟାବସାୟିକ ଭିସା ନେଇ ଆସିଥାଆନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ ସେମାନେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତ ଆସି ପାରିବେ ନାହିଁ। 
ଆଇପିଏଲର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯିବାର ଥିଲା।ଆଇପିଏଲ୍‌-୧୩କୁ ନେଇ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି  ଯେ ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ହଜାର ହଜାର ଲୋକ ଷ୍ଟାଡିୟମ ଆସିଥାଆନ୍ତି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ଢେର ଅଧିକ ରହିଥାଏ। ସାଧାରଣ ଜନତାଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ, ଏଭଳି ଗହଳିକୁ ରୋକିବାକୁ ଆମେ ପଦକ୍ଷେପ ନେଇଛୁ।

error: Thank You Keep Visiting