କରୋନା ପାଇଁ ବାତିଲ ହେଲା ଭରତ ଦକ୍ଷିଣ ଆଫ୍ରିକା ସିରିଜ

An Independent Media

ମୁମ୍ଵାଇ:  କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଭାରତ- ଦକ୍ଷିଣଆଫ୍ରିକା ଦିନିକିଆର ଅବଶିଷ୍ଟ ମ୍ୟାଚ ସିରିଜକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ବିସିସିଆଇ ।ଏ ନେଇ ସୂଚନା ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ । ସାରା ବିଶ୍ୱରେ ଯେଉଁ ଭଳି ଭାବରେ କରୋନା ଭାଇରସ ବ୍ୟାପୁଛି ଏହାକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସିରିଜର ପ୍ରଥମ ମ୍ୟାଚ ବର୍ଷା କାରଣରୁ ବିନା ଖେଳରେ ବାତିଲ ହୋଇଯାଇଥିବା ବେଳେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ ତୃତୀୟ ଦିନିକିଆ ମଧ୍ୟ ବାତିଲ ହୋଇଯାଇଛି । ପୂର୍ବରୁ ଏହି ଦୁଇଟି ଦିନିକିଆକୁ ବନ୍ଦ ଷ୍ଟାଡିୟମ ବିନା ଦର୍ଶକଙ୍କ ମଧ୍ୟରେ ଖେଳାଯିବା ନେଇ ସୂଚନା ଦିଆଯାଇଥିଲା । ହେଲେ କରୋନା ଭାଇରସର ଭୟାବହତାକୁ ନଜରରେ ରଖି ପୁରା ସିରିଜକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ବିସିସିଆଇ ।

error: Thank You Keep Visiting