ସଞ୍ଜୟ ମାଞ୍ଜରେକର କମେଣ୍ଟାରୀ ପ୍ୟାନେଲରୁ ହଟିଲେ

An Independent Media

ନୂଆଦିଲ୍ଲୀ: ବିସିସିଆଇର କମେଣ୍ଟାରୀ ପ୍ୟାନେଲରୁ ସଞ୍ଜୟ ମାଞ୍ଜରେକରଙ୍କୁ ହଟାଯାଇଛି। ଗତ କିଛି ବର୍ଷ ଧରି ଭାରତର ଘରୋଇ ମ୍ୟାଚରେ କମେଣ୍ଟ୍ରି ବକ୍ସରେ ଏକ ନିୟମିତ ବିଶେଷଜ୍ଞ ଭାବେ ସଞ୍ଜୟ ଦାୟିତ୍ୱ ତୁଲାଉଥିଲେ। ତେବେ ତାଙ୍କୁ ଆଇପିଏଲ ୨୦୨୦ରେ ମଧ୍ୟ ସାମିଲ କରାଯିବ ନାହିଁ ବୋଲି ସୂଚନା ମିଳିଛି।ଏହା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଆୟୋଜିତ ହୋଇଥିବା ପ୍ରଥମ ଦିନିକିଆରେ ମଧ୍ୟ ସଞ୍ଜୟ ଷ୍ଚାଡିୟମରେ ଉପସ୍ଥିତ ନଥିଲେ। ଅନ୍ୟ ବିସିସିଆଇ ପ୍ୟାନେଲର କମେଣ୍ଟେଟର ଭାବେ ସୁନୀଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକୃଷ୍ଣନ, ମୁରଲି କାର୍ତ୍ତିକ ସେଠାରେ ଉପସ୍ଥିତ ରହିଥିଲେ। କେଉଁ କାରଣରୁ ସଞ୍ଜୟଙ୍କୁ ବାହାର କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ତାଙ୍କ କାମକୁ ନେଇ ଅଧିକାରୀ ଖୁସି ନଥିବା ଜଣାପଡିଛି।

error: Thank You Keep Visiting