ବିରାଟଙ୍କ ଆଉ ଏକ ରେକର୍ଡ

Straight to the Point

ଲିଡ୍ସ: ଆଜି ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉଏକ ରେକର୍ଡ କରିଛନ୍ତି । ସେ ଏହି ମ୍ୟାଚ୍ରେ ୭୧ ରନ ସଂଗ୍ରହ କରି ଚତୁର୍ଥ ଭାରତୀୟ ଦିନିକିଆ ଅଧିନାୟକ ଭାବେ ୩ ହଜାର ରନ୍ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନି ଏହି ଗୌରବର ଅଧିକାରୀ ହୋଇଥିଲେ । ମହେନ୍ଦ୍ର ସିଂହ ଧୋନି ଆଗରେ ରହିଛନ୍ତି । ସେ ୨୦୦୭-୨୦୧୬ ପର୍ଯ୍ୟନ୍ତ ଦିନିକିଆ ଦଳ ନେତୃତ୍ୱ ନେଇ ୧୯୯ଟି ମ୍ୟାଚ୍ର ୧୭୧ଟି ଇନିଂସ୍ରୁ ୫୩.୯୨ ହାରରେ ୬୬୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ଅପରାଜିତ ୧୩୯ ରନ୍ ସର୍ବାଧିକ ସ୍କୋର ରହିଛି । ଧୋନି ୪୮ଟି ମ୍ୟାଚ୍ରେ ଅପରାଜିତ ରହିଥିଲେ । ମହମ୍ମଦ ଆଝାରୁଦ୍ଦିନ ୧୯୯୦-୧୯୯୯ ପର୍ଯ୍ୟନ୍ତ ଅଧିନାୟକ ରହିଥିବାବେଳେ ୧୭୪ଟି ମ୍ୟାଚ୍ର ୧୬୨ଟି ଇନିଂସ୍ରେ ୫୨୩୯ ରନ୍, ସୌରଭ ଗାଙ୍ଗୁଲି ୧୯୯୯-୨୦୦୫ ଯାଏ ନେତୃତ୍ୱ ନେଇ ୧୪୬ଟି ମ୍ୟାଚ୍ର ୧୪୨ଟି ଇନିଂସ୍ରୁ ୫୦୮୨ ରନ୍ ଓ କୋହଲି ୨୦୧୩-୨୦୧୮ ପର୍ଯ୍ୟନ୍ତ ଅଧିନାୟକ ରହି ୫୨ଟି ମ୍ୟାଚ୍ର ୪୯ତମ ଇନିଂସ୍ରେ ୩୦୦୩ ରନ୍ ସଂଗ୍ରହ କରିଛନ୍ତି । ସେ ୧୩ଟି ଇନିଂସ୍ରେ ଅପରାଜିତ ରହିଛନ୍ତି ।

error: Thank You Keep Visiting