ବିଶ୍ୱକପ ହକି ଭାରତରେ ୩ୟ ଓ ଓଡ଼ିଶାରେ ପ୍ରଥମ ଥର ଆୟୋଜିତ

Straight to the Point

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ବିଶ୍ୱକପ ହକି ଭାରତରେ ୩ୟ ଓ ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେଉଛି। ପୂର୍ବରୁ ୧୯୮୨ ମୁମ୍ବଇ ଓ ୨୦୧୦ ଦିଲ୍ଲୀରେ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଆୟୋଜକ ଭାରତ ଓ ପଡୋଶୀ ପାକିସ୍ତାନ ସମେତ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଉଦ୍‍ଘାଟନୀ ମ୍ୟାଚ୍‍ ବେଲଜିୟମ ଓ କାନାଡ଼ା ମଧ୍ୟରେ ଖେଳାଯିବ।ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍‍ ମ୍ୟାଚ୍‍ ଖେଳାଯିବ। ୧୦ ଓ ୧୧ରେ କ୍ରସ ଓଭର ମ୍ୟାଚ୍‍, ୧୨ ଓ ୧୩ରେ କ୍ୱାର୍ଟରଫାଇନାଲ, ୧୫ରେ ସେମିଫାଇନାଲ ଓ ୧୬ରେ ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ୍‍ ଖେଳାଯିବ।

ପ୍ରତିଯୋଗିତା ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଅନ୍‍ଲାଇନ୍‍ରେ ଟିକଟ ଉପଲବ୍‍ଧ ହେଉଛି। ଲିଗ୍‍ ଓ କ୍ରସ ଓଭର ମ୍ୟାଚ୍‍ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ୨୦୦, ଉତ୍ତର ଷ୍ଟାଣ୍ଡ ୧୦୦, ଦକ୍ଷିଣ ଷ୍ଟାଣ୍ଡ ୧୦୦ ଟଙ୍କା ରହିଛି। ସେହିପରି ନକ୍‍ଆଉଟ୍‍ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୫୦, ଉତ୍ତର ଷ୍ଟାଣ୍ଡ ୧୫୦ ଓ ଦକ୍ଷିଣ ଷ୍ଟାଣ୍ଡ ୧୫୦ ଟଙ୍କା ରହିଛି।

 

error: Thank You Keep Visiting