ଭାରତ ପାଇଁ ବଜରଙ୍ଗ ପୁନିଆ ଜିତିଲେ ପ୍ରଥମ ସ୍ବର୍ଣ୍ଣ ; ଜାକର୍ତ୍ତା ଏସିଆଡ଼
ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ କୁସ୍ତିରେ ବଜରଙ୍ଗ ପୁନିଆ ଭାରତ ପାଇଁ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସେ ଜାପାନର ତାକାଚିନି ଦାଇଚିଙ୍କୁ ୧୧-୮ ସେଟରେ ପରାସ୍ତ କରି ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଥିବାରୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।