ଏସୀୟ କ୍ରୀଡ଼ାରେ କୁସ୍ତିରେ ଭାରତକୁ ୨ୟ ସ୍ବର୍ଣ୍ଣ
ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ଭାରତ୨ୟ ସ୍ବର୍ଣ୍ଣ ପଦକ ହାସଲ କରିଛି। ସୋମବାର ଭିନେଶ ଫୋଗଟ୍ ମହିଳା ୫୦ କି.ଗ୍ରା ଫ୍ରି ଷ୍ଟାଇଲ ବର୍ଗରେ ଭାରତ ପାଇଁ କୁସ୍ତିରେ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏଥି ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୫ଟି ପଦକ ହାସଲ କରିଛି।