୪ ମହିଳା ହକି ଖେଳାଳୀଙ୍କୁ ଏକ କୋଟି ଲେଖାଏଁ ପୁରସ୍କାର

An Independent Media

ଭୁବନେଶ୍ୱର: ଏସୀୟ କ୍ରୀଡାରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ହକି ଖେଳାଳୀଙ୍କ ପାଇଁ ରାଜ୍ୟସରକାର ଏକ କୋଟି ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ୪ଜଣ ମହିଳା ହକି ଖେଳାଳୀ ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ୍, ସୁନିତା ଲାକ୍ରାଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ନିୟମାନୁଯାୟୀ ଖେଳାଳୀ ପାଉଥିବା ରାଶିର ୨୦ ପ୍ରତିଶତ ପୁରସ୍କାର ରାଶି ହିସାବରେ କୋଚଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ୨୦ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡାରେ ଫାଇନାଲରେ ପହଞ୍ଚିଥିଲା ।

error: Thank You Keep Visiting