ଅଭିନେତ୍ରୀ ନିମରତ କୌରଙ୍କ ପ୍ରେମରେ କୋଚ୍ ରବିଶାସ୍ତ୍ରୀ!

An Independent Media

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୧ରେ ପଛୁଆ ଥିବା ବେଳେ ଦଳ ପାଖରେ ସିରିଜ୍ ଜିତିବାର କୌଣସି ରାସ୍ତା ନାହିଁ । ଏବେ ଟିମ୍ ଇଣ୍ଡିଆର ପରାଜୟ ପରେ କୋଚ୍ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କରାଯାଉଛି । ଏହା ମଧ୍ୟରେ ଶାସ୍ତ୍ରୀଙ୍କ ପ୍ରେମ ସଂପର୍କକୁ ନେଇ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ·ଲିଛି ।
ବଲିଉଡ଼ ଓ କ୍ରିକେଟ୍ ଜଗତର ସଂପର୍କ ବହୁତ ପୁରୁଣା । ଅନେକ ଅଭିନେତ୍ରୀ ଭାରତ ଏବଂ ବିଦେଶୀ କ୍ରିକେଟରଙ୍କ ସଂପର୍କରେ ରହି ଆସିଛନ୍ତି । ଏହା ସହିତ ଅନେକ ଅଭିନେତ୍ରୀ କ୍ରିକେଟରଙ୍କୁ ବିବାହ ମଧ୍ୟ କରିଛନ୍ତି । ଯେବେ କୌଣସି କ୍ରିକେଟର ଓ ବଲିଉଡ ଅଭିନେତ୍ରୀ ନାମ ଯୋଡ଼ି ହୋଇଯାଏ ତେବେ ଚର୍ଚ୍ଚା ବହୁତ ହୋଇଥାଏ । ଏବେ ଏମିତି ଏକ ଖବର ଚାରିଆଡ଼େ ପ୍ରସାରିତ ହୋଇଛି ।
ଶୁଣିବାକୁ ମିଳୁଛି ଯେ ଭାରତୀୟ କ୍ରିକେଟ୍ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ ସହିତ ଗତ ୨ ବର୍ଷରୁ “ଲଞ୍ଚ ବକ୍ସ’ ଫେମ ଅଭିନେତ୍ରୀ ନିମରତ କୌରଙ୍କୁ ଏକାଠି ଦେଖିବାକୁ ମିଳୁଛି । କିଛି ଖବର ମୁତାବକ ଗତ ଦୁଇ ବର୍ଷରେ ରବି ଶାସ୍ତ୍ରୀ ଓ ନିମରତ କୌର କେବଳ ପରସ୍ପରକୁ ଡେଟ୍ କରୁ ନାହାନ୍ତି ବରଂ ଏହି ଖବରକୁ ଲୁଚାଇବାରେ ମଧ୍ୟ ସଫଳ ହୋଇଛନ୍ତି ।
ଏହି ଦୁଇ ଜଣଙ୍କୁ ପ୍ରଥମଥର ୨୦୧୬ରେ ଏକାଠି ଦେଖିବାକୁ ମିଳିଥିଲା । ଏକ ଲଗଜରୀ କାର ର୍ନିମାତାକାରୀ କମ୍ପାନୀ ୨୦୧୫ରେ ଶାସ୍ତ୍ରୀ ଓ ନିମରତ କୌରଙ୍କୁ ପ୍ରତ୍ୟେକ ବର୍ଷ କାର ଲଞ୍ଚ ଅବସରରେ ଡକାଇଥାଏ । ଏବେ ଦେଖିବାକୁ ବାକି ରହିଲା ଯେ ଯଦି ଏହି ଖବରରେ କୌଣସି ସତ୍ୟତା ଥାଏ ତେବେ ଉଭୟ କେବେ ଏହି ସଂପର୍କକୁ ସ୍ୱୀକାର କରିବେ ।

error: Thank You Keep Visiting