ଏସେକ୍ସ ଖେଳିବାକୁ ନେଇ ଉତ୍ସାହିତ ଅଛନ୍ତି ମୁରଲି ବିଜୟ

An Independent Media

ନୂଆଦିଲ୍ଲୀ: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ ମୁରଲି ବିଜୟ ଇଙ୍ଗଲିସ କାଉଣ୍ଟି ଚମ୍ପିଅନଶିପର ଡିଭିଜନ-୧ର ଶେଷ ପର୍ଯ୍ୟାୟରେ ଏସେକ୍ସ ପାଇଁ ୩ଟି ମ୍ୟାଚ୍ ଖେଳିବେ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶନିବାର ଏହି ଘୋଷଣା କରିଛି । ଏସେକ୍ସ କାଉଣ୍ଟି କ୍ଲବର କାର୍ଯ୍ୟାଳୟ ୱେବସାଇଟରେ ଏହା ସ୍ପଷ୍ଟ କରାଯାଇଛି । ୩୪ ବର୍ଷିୟ ବିଜୟଙ୍କୁ ଇଂଲଣ୍ଡ ବିରୋଧରେ ଏଜବେଷ୍ଟନରେ ପ୍ରଥମ ଟେଷ୍ଟରେ ୨୦ ଓ ୬ ରନ ସଂଗ୍ରହ କରିବା ପରେ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା ।
ଶିଖର ଧୱନ ଓ ଲୋକେଶ ରାହୁଲଙ୍କର ମଧ୍ୟ ଫର୍ମ ନାହିଁ । ବିସିସିଆଇ ତାମିଲନାଡୁର ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ପାଇଁ କାଉଣ୍ଟି ମ୍ୟାଚ କରନ୍ତୁ । ଏହାଦ୍ୱାରା ସେ ଅଷ୍ଟ୍ରେଲିଆର ଗସ୍ତ ପାଇଁ ଫିଟ୍ ହେବେ । ବିଜୟ ଏପର୍ଯ୍ୟନ୍ତ ୫୯ଟି ଟେଷ୍ଟ ମ୍ୟାଚ ଖେଳି ୩୯.୩୩ ହାରରେ ୩୯୩୩ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ବିଜୟ ସେପ୍ଟେମ୍ବର ୧୦ରୁ ଟ୍ରେଣ୍ଟ ବ୍ରିଜରେ ନଟିିଂହାମରେ ଆରମ୍ଭ ହେବାକୁ ଥିବା ୪ ଦିବସୀୟ ମ୍ୟାଚରେ ଖେଳିବେ । ଏହା ପରେ ସେପ୍ଟେମ୍ବର ୧୮ରେ ବାରେଷ୍ଟରସର ବିରୋଧରେ ଚେମ୍ସଫୋର୍ଡରେ ଘରୋଇ ପଡ଼ିଆରେ ଖେଳିବେ । ସେ ତାଙ୍କର ଶେଷ ଅଭିଯାନ ସେପ୍ଟେମ୍ବର ୨୪ରୁ ସରେ ବିରୋଧରେ ଖେଳିବେ ।
ବିଜୟ କ୍ଲବର ୱେବସାଇଟରେ କହିଛନ୍ତି, ମୁଁ ଏକ ମାସ ପର୍ଯ୍ୟନ୍ତ ଭାରତୀୟ ଟିମ ସହିତ ଏଠାରେ ଥିଲି ଓ ମୁଁ ଦେଖିବାକୁ ପାଇଛି ଯେ, ଏଠାକୁ କେତେ ଦର୍ଶକ ଆସୁଛନ୍ତି । ମୁଁ ଏସେକ୍ସ ପାଇଁ ଖେଳିବାକୁ ନେଇ ଉତ୍ସାହିତ ଅଛି । ଏଠିକାର ଦର୍ଶକ ବହୁତ ଭଲ ବୋଲି ମୁରଲି କହିଛନ୍ତି ।

error: Thank You Keep Visiting