ସ୍ୱର୍ଣ ପଦକ ବିଜେତା ସସ୍ମିତାଙ୍କୁ ସମ୍ବର୍ଧନା
ଜଗତସିଂହପୁର: ଲଣ୍ଡନରେ ଆୟୋଜିତ ବିଶ୍ୱ ଖୋ ଖୋ ମ୍ୟାଚ୍ ବିଜୟୀ ଭାରତୀୟ ଦଳର ସଦସ୍ୟା ଜଗତସିଂହପୁର ଜିଲ୍ଲା ତିର୍ତୋଲ ର ସସ୍ମିତା ନାଥଶର୍ମାଙ୍କୁ ଜିଲ୍ଲାଯୁବ ବିଜେଡି ସଂପାଦକ ତଥା କେନ୍ଦୁଝର ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ରଶ୍ମିରଂଜନ ଚୌଧୁରୀ ସମ୍ବଧିତ କରି ତାଙ୍କୁ ଅଭିନ୍ଦନ ଜଣାଇବା ସହିତ ସେ କହିଛନ୍ତି ସସ୍ମିତାଙ୍କ ପ୍ରତିଭା ଆଜି କେବଳ ଜିଲ୍ଲା ନୁହେଁ ସାରା ଭାରତ ସହିତ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଗୋଟେ ଗରିବ ପରିବାରରେ ଜନ୍ମନେଇ ଆଜି ସେ ଦେଶପାଇଁ ଖେଳି ଭାରତକୁ ବିଜୟ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରି ସ୍ୱର୍ଣ ପଦକ ବିଜେତା ଅନ୍ୟଙ୍କ ପାଇଁ ଏକ ସଦୃଶ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି ସସ୍ମିତାଙ୍କ ପ୍ରତିଭା କୁ ନେଇ ପ୍ରସାଶନ ପାଖରେ ପହଁଚାଇ ତାଙ୍କୁ କିପରି ଆମ ଓଡିଶା ସରକାରଙ୍କ ତରଫରୁ ତାଙ୍କୁ ଆହୁରି ଅଧିକ ଖେଳିବା ପାଇଁ ପ୍ରୋଛାଅନ ମିଳିବ ଓ ଅଗକୁ ସସ୍ମିତା ଆହୁରି ଭାରତର ନାମ ଅର୍ଜନ କାରିବେ ସେଥିପ୍ରତି ଓଡିଶା ସରକାରଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।