କିନ୍ନରଙ୍କ ସମର୍ଥନରେ ଗୌତମ ଗମ୍ଭୀର

An Independent Media

ନୂଆଦିଲ୍ଲୀ: କିନ୍ନରମାନଙ୍କୁ ସମର୍ଥନ କରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟିୟର ଗୌତମ ଗମ୍ଭୀର ମୁଣ୍ଡରେ ବିନ୍ଦି ଲଗାଇବା ସହ ଓଢ଼ଣୀ ପକାଇଛନ୍ତି । କିନ୍ନରମାନଙ୍କର ସମର୍ଥନରେ କରାଯାଇଥିବା ଏକ ସଭାରେ ସେ ଯୋଗ ଦେବା ସହ ଓଢ଼ଣୀ ପକାଇଥିଲେ ।
ଏହା ପୂର୍ବରୁ ଗମ୍ଭୀର ରକ୍ଷା ବନ୍ଧନ ଅବସରରେ କିନ୍ନରଙ୍କଠାରୁ ରାକ୍ଷୀ ବାନ୍ଧୁଥିବାର ଫଟୋ ନିଜ ସମାଜିକ ଗଣମାଧ୍ୟମ ଖାତାରେ ଅଂଶୀଦାର କରିଥିଲେ ।
କିନ୍ନରମାନଙ୍କର ଏହି ଉତ୍ସବ ଦିଲ୍ଲୀର ଏକ ବାଣିଜ୍ୟିକ ଭବନରେ ଅନୁଷ୍ଠିତ ହୋଇଥିଲା । ଏଠାରେ କିନ୍ନରମାନଙ୍କର ବାର୍ଷିକ ଉତ୍ସବ ହିଜରା ହବ୍ୱା ଅନୁଷ୍ଠିତ ହୋଇଥିଲା । ଏଡସ୍ ବିଷୟରେ ସଚେତନତା ସହ ଯିଏ ଯେପରି ଭାବେ ଜନ୍ମ ହୋଇଛି ତାକୁ ସେପରି ବଞ୍ଚିବାକୁ ଅଧିକାର ଦେବା ପାଇଁ ଏଠାରେ ସଚେତନତା କରାଯାଇଥିଲା ।

error: Thank You Keep Visiting