ଏସିଆ କପ୍‍ : ଆଜି ଭାରତ-ହଂକଂ ମୁକାବିଲା

An Independent Media

ଆବୁଧାବି  : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ବଡ଼ ବିପର୍ଯ୍ୟୟ ଘଟାଇ ଆଫ୍‍ଗାନିସ୍ତାନ ଚମକପ୍ରଦ ବିଜୟ ହାସଲ କରିଛି। ଫଳରେ ୫ ଥର ଚମ୍ପିଆନ୍‍ ଦଳ ଶ୍ରୀଲଙ୍କା। ଲିଗ୍‍ ପର୍ଯ୍ୟାୟରୁ ବିଦାୟ ନେଇଛି। ବାଂଲାଦେଶଠାରୁ ୧୩୭ ରନ୍‍ରେ ପ୍ରଥମ ମ୍ୟାଚ୍‍ ହାରିଥିବା ଶ୍ରୀଲଙ୍କା ସୋମବାର ୩ୟ ମ୍ୟାଚ୍‍ରେ ଆଫ୍‍ଗାନିସ୍ତାନ ଠାରୁ ୯୧ ରନ୍‍ରେ ପରାସ୍ତ ହୋଇଛି। ଅନ୍ୟ ପକ୍ଷରେ ଦୁବାଇରେ ଆଜି ଭାରତର ମୁକାବିଲା ନବାଗତ ହଂକଂ ଦଳ ସହ ହେବ। ବୁଧବାର ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମଙ୍ଗଳବାର ମ୍ୟାଚ୍‍ ଭାରତୀୟ ଦଳ ଖେଳାଳିଙ୍କ ନିମନ୍ତେ ନିଜ ଦକ୍ଷତା ପରଖିବାକୁ ସୁଯୋଗ ଆଣି ଦେଇଛି। ଚଳିତ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ପାଇଁ ବଡ଼ ପରୀକ୍ଷା ଏଥିରେ ସନ୍ଦେହ ନାହିଁ।

ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମା ଏସିଆ କପ୍‍ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ହଂକଂକୁ ପରାସ୍ତ କରିବା ଯଦିଓ ଭାରତୀୟ ଦଳ ନିମନ୍ତେ ବଡ଼ କଥା ନୁହେଁ ତେବେ ଚୂଡ଼ାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଦେଖିବାର କଥା। ଦୁବାଇ ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ରହୁଥିବାରୁ ଭାରତୀୟ କ୍ରିକେଟର୍‍ ଏତେ ତାପମାତ୍ରାରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ହଂକଂ ଦଳ ନିଜର ପ୍ରଥମ ମ୍ୟାଚ୍‍ରେ ପାକିସ୍ତାନ ଠାରୁ ୮ ୱିକେଟ୍‍ରେ ପରାସ୍ତ ହୋଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‍ରେ ଦଳର ପ୍ରଦର୍ଶନରେ ବେଶୀ ଉନ୍ନତି ଘଟିବ ବୋଲି ଆଶା କରାଯାଉ ନାହିଁ।

error: Thank You Keep Visiting