ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି କୋହଲି

An Independent Media

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଏସିଆ କପରୁ ବିଶ୍ରାମରେ ଥିବାବେଳେ ତାଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ କାହିଁକି କ୍ୟାପଟେନ କୋହଲି ବିଶାର୍ମ ନେଲେ ସେନେଇ କ୍ରୀଡା ମହଲ ଏବଂ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବାବେଳେ ବିରାଟଙ୍କୁ ନେଇ ଏକ ରୋଚକ ତଥ୍ୟ ସମ୍ନାକୁ ଆସିଛି । ସୂଚନା ମୁତାବକ, ଭାରତୀୟ କ୍ରିକେଟ ଟିମର ଅଧିନାୟକ କୋହଲି ଏବେ ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି । ଏକଥା ଆମେ ନୁହେଁ ଏକଥା ଖୋଦ ବିରାଟ ଟ୍ୱିଟରେ ସେୟାର କରିଛନ୍ତିି । ବିରାଟ ଟ୍ୱିଟ ଜରିଆରେ ତାଙ୍କର ଏକ ନୂଆ ପ୍ରୋଜେକ୍ଟ ବିଷୟରେ ବିବରଣୀ ପ୍ରଦାନ କରିଛନ୍ତି ଏବଂ ସେ ଏହି ପ୍ରୋଜେକ୍ଟରେ କ୍ୟାପସନ ଦେଇଛନ୍ତି ଟ୍ରେଲର ଦ ମୁଭି । ତେବେ ବିରାଟଙ୍କ ଏହି ଟ୍ୱିଟ କିଛି ମାତ୍ରାରେ ପ୍ରଶଂସକ ମଧ୍ୟରେ ସସ୍ପେନ୍ସ ଖେଳାଇ ଦେଇଛି ।

କାରଣ ଟ୍ୱିଟରେ ବିରାଟ ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ଯାହା ଏହି ଫିଲ୍ମର ସର୍ଟ ଭର୍ସନ ହୋଇପାରେ କିମ୍ବା ଫୁଲ ମୁଭି ମଧ୍ୟ ହୋଇପାରେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସବୁଠାରୁ ବଡ କଥା ହେଉଛି ଆଗକୁ ଥିବା କ୍ରିକେଟ ମହାକୁମ୍ଭ ବିଶ୍ୱକପ୍ ପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ବିରାଟଙ୍କ ଏହି ଟ୍ୱିଟ କ୍ରୀଡା ସମିକ୍ଷକ, କ୍ରିଡା ମହଲ ଓ ଦର୍ଶକମାନଙ୍କ ପାଇଁ ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

error: Thank You Keep Visiting